(ଗୋପ / ଜୟନ୍ତ କୁମାର ସସେଠୀ) ; ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ଥାନା ଅନ୍ତର୍ଗତ ଗଣେଶ୍ୱରପୁର ପଞ୍ଚାୟତ ଲୁଣଭାର ଗ୍ରାମପୋଖରୀରେ ଏକ ମୃତ ଦେହ ଭାସୁଥିବାର ଦେଖିଥିଲେ । ଏ ନେଇ ଗ୍ରାମବାସୀ ଗୋପ ପୋଲିସ କୁ ଖବର ଦେଇଥିଲେ କ୍ଷ ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଯୁବକଙ୍କ ଶବ ଉଦ୍ଧାର କରିଥିଲେ । ତେବେ ମୃତ ଯୁବକ ଜଣକ ହେଲେଏ ଗଣେଶ୍ୱରପୁର ପଞ୍ଚାୟତ ନାଥ ସାହି ଗ୍ରାମର ବୃନ୍ଦାବନ ନାଥ କ୍ଷ ସୂଚନା ଅନୁସାରେ ନାଥ ସାହି ଗ୍ରାମର ମୃତ ବୃନ୍ଦାବନ ଜଣେ ଦିନ ମଜୁରିଆ ପ୍ରତେକ ଦିନ ପରି ଗତକାଲି କାମକୁ ଆସି ଘରକୁ ଫେରିନଥିଲେ,ଘର ଲୋକେ ରାତିସାରା ଖୋଜା ଖୋଜି କରି ନିରାଶ ହୋଇଥିଲେ । ଆଜି ସକାଳୁ ମୃତ ଦେହ ଲୁଣଭାରଗ୍ରାମର ଏକ ପୋଖରୀରେ ଭାଷୁ ଥିବାର ଦେଖି ମୃତକ ବୃନ୍ଦାବନ ବୋଲି ଜାଣିବାକୁ ପାଇଥିଲେ କ୍ଷ କୌଣସି କାରଣରୁ ବୃନ୍ଦାବନଙ୍କ ପୋଖରୀରେ ଗୋଡ଼ ଖସିଯିବାରୁ ପୋଖରୀରେ ବୁଡ଼ିଯାଇ ମୃତ୍ୟୁ ବରଣ ହୋଇଥିବା ଅନୁମାନ କରାଯାଉ ଥିବା ବେଳେ, ଶବ ଵ୍ୟବଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଗୋପ ପୋଲିସ ସୂଚନା ଦେଇଛନ୍ତି।