( ଭୁବନେଶ୍ୱର /ରିପୋଟରର୍ସ ଟୁଡ଼େ) : ସୋରଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଧବାର ଦୁର୍ଘଟଣା ଘଟି ଜଣେ ମହିଳା ଏବଂ ଜଣେ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୮ଜଣ ଆହତ ହୋଇଛନ୍ତି। ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସକାଳ ୧୦ଟାରେ ସନ୍ଧିକେନ୍ଦୁ ଗ୍ରାମର ସାଗର ନାୟକ ୩୫ ଏବଂ ସ୍ତ୍ରୀ ରଶ୍ମିତା ନାୟକ, ଝିଅ ପୂର୍ଣ୍ଣିମା ନାୟକ ବାଇକ ଯୋଗେ ଆସିକାରୁ ସୋରଡା ଅଭିମୁଖେ ଆସୁଥିଲେ। କରଡାବାଡି ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ବାଇକ ଛିଟିକି ପଡିଥିଲା। ସାଗର, ରଶ୍ମିତାଙ୍କୁ ପ୍ରବଳ ଆଘାତ ଲାଗିଥିଲା। ଦମକଳବାହିନୀ ପହଞ୍ଚତ୍ ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନା ଆଣିଥିଲା। ଗୁରୁତର ସାଗରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି। ସେହିପରି ଅପରାହ୍ନରେ ସୋରଡାରୁ ସିଦ୍ଧପୁର ଯାଉଥିବା ଏକ ଅଟୋ ଖାରିଗୁଡା ନିକଟ ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା। ଫଳରେ ସେଥିରେ ବସିଥିବା ସାବିତ୍ରୀ ନାୟକ ଏବଂ ତାଙ୍କ ପୁଅ ଶୁଭଙ୍କରନାୟକ ମୁର୍ଗାପଲି, ବୁଲୁ ଗୌଡ, ସ୍ତ୍ରୀ ଜାନକୀ ଗୌଡ, ସିଙ୍ଗିପୁର, ରଘୁନାଥ ପଣ୍ଡା ସ୍ତ୍ରୀ ଆରତି ପଣ୍ଡା ସିଦ୍ଧିପୁର ଆହତ ହୋଇଥିବା ବେଳେ ତାଙ୍କର ୨ ମାସର କନ୍ୟା ସନ୍ତାନ ମୁଣ୍ଡରେ ଆଘାତ ଲାଗିବାରୁ ମୃତ୍ୟୁ ହୋଇଯାଇଥିଲା। ସେହିପରି ସୋରଡାରୁ ଅସୁରବନ୍ଧ ରାସ୍ତା ଭାଲିଆପଡା ରାସ୍ତାରେ ବାଇକରେ ଯାଉଥିବା ବେଳେ ଖାରିକୋଟି ଗ୍ରାମର କଲରା ନାୟକ ୫୦ଙ୍କ ମୃତ୍ୟୁ ଘଟିଛି ା ପୁଅ ରାଜୀବ ନାୟକ ବାଇକ୍ରେ ମା’ କଲରାଙ୍କୁ ବସାଇ ଯାଉଥିଲେ। ବାଇକରୁ କଲରା ଖସି ପଡିଥିଲେ। ତାଙ୍କୁ ମେଡିକାଲ ଅଣାଯାଇଥିଲା। ଡାକ୍ତର ଦିଲୀପ କୁମାର ନାୟକ ତାଙ୍କୁ ମୃତ ଘୋଷଣା କରିଥିଲେ।