ପୂର୍ବତନ ବିଧାୟକ ମେହେରଙ୍କ ମୃତ୍ୟୁରେ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପାଟଣାଗଡ଼ର ପୂର୍ବତନ ବିଧାୟକ ବିବେକାନନ୍ଦ ମେହେରଙ୍କ ଦେହାନ୍ତ ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । ମେହେରଙ୍କ ଦେହାନ୍ତ ଖବରରେ ମୁଁ ଦୁଃଖିତ । ଶୋକ ସନ୍ତପ୍ତ ପରିବାରକୁ ମୋର ଗଭୀର ସମବେଦନା ଜଣାଉଛି । ଭଗବାନ ସେମାନଙ୍କୁ ସହିବା ଶକ୍ତି ଦିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ମେହେରଙ୍କ ସ୍ମୃତିଚାରଣ କରି କହିଛନ୍ତି କି, ଜନ ପ୍ରତିନିଧି ଭାବେ ତାଙ୍କ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ । ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।