ପୂର୍ବତନ ବିଧାୟକ ବିଜୟ ଜେନାଙ୍କ ପରଲୋକ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ତଥା ଚାଷୀ ନେତା ବିଜୟ କୁମାର ଜେନାଙ୍କ ପରଲୋକ । ୯୦ ବର୍ଷ ବୟସରେ ପାରଳାଖେମୁଣ୍ଡି ଗୁରାଣ୍ଡି ସ୍ଥିତ ପୈତୃକ ଘରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କିଛି ଦିନ ହେଲା ବାର୍ଦ୍ଧକ୍ୟଗତ ଅସୁସ୍ଥତାରେ ବିଜୟ କୁମାର ଜେନା ଘାଣ୍ଟି ହେଉଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି। ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ବିଧାୟକ ଭାବେ ସେ ଦୁଇ ଥର ନିର୍ବାଚିତ ହୋଇଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।