ପୂର୍ବତଟ ରେଳପଥର ସ୍ବତନ୍ତ୍ର ଟ୍ରେନ ଚଳାଚଳ

(ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ ) : ପୂର୍ବତଟ ରେଳପଥ ପୂର୍ବରୁ ୧୧ ଯୋଡା ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନ ଚଳାଚଳ ସମ୍ପର୍କରେ ପୂର୍ବରୁ ଘୋଷଣା କରାଯାଇଥିଲା। ପୁଣି ପୂର୍ବତଟ ରେଳପଥ ପକ୍ଷରୁ ୪ ଯୋଡା ନୂଆ ଗ୍ରୀଷ୍ମକାଳୀନ ସ୍ବତନ୍ତ୍ର ଟ୍ରେନ ଚଳାଚଳ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ବର୍ଗରେ ଆଉ ୪ ଯୋଡା ଟ୍ରେନ ଯୋଡି ହୋଇଛି। ଏହି ଟ୍ରେନଗୁଡ଼ିକ ମଧ୍ୟରେ ଭୁବନେଶ୍ୱର-ସିକନ୍ଦରାବାଦା-ଭୁବନେଶ୍ୱର ଏସି ,ଶାଲିମାର-ପୁରୀ-ସାଲିମାର ଏସି, କାଚେଗୁଡା-ବିଶାଖାପାଟଣା-କାଚେଗୁଡା ଏସି, ହାଇଦ୍ରାବାଦ-ଶ୍ରୀକାକୁଲମ-ହାଇଦ୍ରାବାଦ ଏସି ଭଳି ସ୍ବତନ୍ତ୍ର ଟ୍ରେନ ରହିଛି। ସେହଭଳି ପୂର୍ବରୁ ପୁରୀ-ସାନ୍ତ୍ରାଗାଛି-ପୁରୀ, ପୁରୀ-ହବିବଗଞ୍ଜ-ପୁରୀ ଏବଂ ଅନୁଗୋଳ, ଭଦ୍ରକ ମାର୍ଗ ଦେଇ ସ୍ବତନ୍ତ୍ର ଟ୍ରେନ ବ୍ୟବସ୍ଥା କରାଯାଇଛି। ଟ୍ରେନଗୁଡ଼ିକ ମଧ୍ୟରେ ସମ୍ବଲପୁର-ସାଲିମାର-ସମ୍ବଲପୁର, ରାଇଗଡ-ସମ୍ବଲପୁର-ରାଇଗଡ, ସମ୍ବଲପୁର-ବନସବାଡି-ସମ୍ବଲପୁର ଭାୟା ରାୟଗଡା, ପୁଡୁଚେରୀ- ସାନ୍ତ୍ରାଗାଛି-ପୁଡୁଚେରୀ, ଚେନ୍ନାଇ-ସାନ୍ତ୍ରାଗାଛି-ଚେନ୍ନାଇ, କାଚେଗୁଡା-ଟାଟା-କାଚେଗୁଡା, ବିଶାଖାପାଟଣା-ସିକନ୍ଦରାବାଦ ଏବଂ ବିଶାଖାପାଟଣା-ତିରୁପତି ଭଳି ସ୍ବତନ୍ତ୍ର ଟ୍ରେନ ରହିଛି ରହିଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି।