ଗୋପ/ ଜୟନ୍ତ ସେଠୀ: ପୁରୀରେ ହେବ ଗ୍ରୀନ ଫିଲଡ଼ ଏୟାର ପୋର୍ଟ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଘୋଷଣା ପରେ ରାଜ୍ୟ ସରକାର ଏହାକୁ ସ୍ୱାଗତ କରିଛନ୍ତି। ପୁରୀ ଏକ ବିଶ୍ୱ ଐତିହ ସହର । ଏହାର ଆଖପାଖ ରେ ଅନେକ ପ୍ରାଚୀନ ସ୍ଥାନ , ପର୍ଯ୍ୟଟନ ସ୍ଥଳୀ ରହିଛି । ଏଣୁ ପୁରୀରେ ଏକ ଆନ୍ତର୍ଜାତିକ ବିମାନ ବନ୍ଦରର ଆବଶ୍ୟକ ଥିବା ମୁଖ୍ୟମନ୍ତ୍ରୀ ଅନୁଭବ କରି କେନ୍ଦ୍ର ସରକାରଙ୍କୁ ଚିଠି ଦେଇ ଅବଗତ କରିଥିଲେ। ତେବେ କେନ୍ଦ୍ର ସରକାରଙ୍କ ଗ୍ରୀନ ସିଗନାଲ ପରେ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇ ଦେବେ । ପୁରୀ ବିକାଶ ପାଇଁ ବିମାନ ବନ୍ଦର ଏକ ପ୍ରମୁଖ ଭୂମିକା ନେବ ବୋଲି ବୋଲି ଆଇନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସ ବର୍ମା କହିଛନ୍ତି।