ପୁତୁରା ମାଡ଼ରେ ବଡବାପା ମୃତ

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : କୋଦଳା ଥାନା ଶାଳବଣ ଗାଁରେ ପାରିବାରିକ କନ୍ଦଳରୁ ହତ୍ୟାକାଣ୍ଡ ଘଟିଛି । ଫଳରେ ପୁତୁରା ଏବଂ ପାରିବାର ଲୋକଙ୍କ ଆକ୍ରମଣରେ ବଡବାପା ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ପରିବାର ପକ୍ଷରୁ ଏନେଇ ୪ ଜଣଙ୍କ ନାଁରେ ଏତଲା ଦିଆଯାଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ହତ୍ୟା ଅଭିଯୋଗରେ ସ୍ଥାନୀୟ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି ।