ପୁଣି ସାମ୍ନାକୁ ଆସିଲା ଚିଟଫଣ୍ଡ ମାମଲା

(ଓମ୍ ପ୍ରକାଶ ମିଶ୍ର / ସୋନପୁର): ସାରା ରାଜ୍ୟରେ ପ୍ରତିଦିନ କୋଉଠୁ ନା କୋଉଠୁ ଠକ କମ୍ପାନିମାନେ ଚିଟଫଣ୍ଡ ତଥା ଅନ୍ୟନ୍ୟ ଢଙ୍ଗରେ ଲୁଟ କରିବା କିଛି ନୁଆଁକଥା ନୁହେଁ ।ମନି ଲଣ୍ଡରିଙ୍ଗି ହେଉ ଅବା ଲୋକଙ୍କୁ ଠକିବା ହେଉ ସବୁଥିରେ ଏ ଚିଟଫଣ୍ଡ କମ୍ପାନି ପାରଙ୍ଗମ । ସେହିଭଳି ଏକ ଘଟଣା ହେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାରେ । ଯେଉଁଠି ଏକ ଠକ କମ୍ପାନି ବିଭିନ୍ନ ବୈବସାୟିକ ଲୋଭ ଦେଖାଇ ମହିଳାଙ୍କଠାରୁ ଏକ କୋଟିରୁ ଅଧିକ ଟଙ୍କା ନେଇ ଫେରରାର ମାରିଛି । ଆଉ ଏବେ ସତ ଜଣାପଡିବା ପରେ ପ୍ରଶାସନ ଓ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଠକାମିର ଶିକାର ହୋଇଥିବା ମହିଳାମାନେ ।ଭଲକରି ଦେଖନ୍ତୁ ଏହି ବାବୁଙ୍କୁ । ଏ ହେଉଛନ୍ତି ବିନୋଦ ଜେନା । ରଶ୍ମୀ ଇଣ୍ଡଷ୍ଟ୍ରିଜ ଏଣ୍ଡ କନସୋଟେନସି କମ୍ପାନୀର ଏମଡି । ସୋନପୁର ସହରର ପଟାଭାଡିର ଏହି ସ୍ଥାନରେ ବାବୁ ଖୋଲିଥିଲେ ତାଙ୍କର କାର୍ୟ୍ୟାଳୟ । ହେଲେ ଏବେ ଦେଖନ୍ତୁ କାର୍ୟ୍ୟାଳୟର ଅବସ୍ଥା । କେବଳ ଗୋଟିଏ ଚୌକି,ଟେବୁଲ ଓ ଆଲମିରାକୁ ଛାଡିଦେଲେ ଏଠି ଆଉ କିଛି ନାହିଁ । ମହିଳାମାନଙ୍କୁ ଅତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ ହେବାପାଇଁ ପେପରପ୍ଲେଟ ମେସିନ,ଧୁପକାଠି ତିଆରି ମେସିନ, ହଳଦୀ ଓ ଫୁଡ ପ୍ରସେସିଂଗ ମେସିନ ସହିତ କଂଚାମାଲ ଦେଇ ମାର୍କେଟିଂ କରିବାର ଲୋଭ ଦେଖାଇଥିଲା ରଶ୍ମୀ ଇଣ୍ଡଷ୍ଟ୍ରିଜ ଏଣ୍ଡ କନସୋଟେନସି କମ୍ପାନୀ । ଏଥିନେଇ କମ୍ପାନୀ ପକ୍ଷରୁ ବିଜ୍ଞାପନ ଛପାଯାଇଥିଲା । କମ୍ପାନୀ ପକ୍ଷରୁ ୫ ହଜାର ଟଙ୍କାର ଦରମା ସହ ଅନ୍ୟାନ୍ୟ ସୁବିଧା ଦେବାର ପ୍ରତିଶୃତି ଦିଆଯାଇଥିଲା । ସିକ୍ୟୁରିଟି ବାବଦଜୁ ୬ଟି ବ୍ଲକର ୨୦୦ ମହିଳାଙ୍କଠାରୁ ଜଣ ପିଛା ୧୦ ରୁ ୨୦ ହଜାର ଟଙ୍କା ଅସୁଲ କରିଥିଲା କମ୍ପାନି ଏମଡି ବିନୋଦ ଜେନା । ହେଲେ ଆଜି ଏକମାସରୁ ଅଧିକ ସମୟ ହୋଇଗଲା କମ୍ପାନୀର କାର୍ୟ୍ୟାଳୟରେ ଝୁଲୁିଛି ତାଲା । ୧ କୋଟିରୁ ଅଧିକ ଟଙ୍କା ଧରି ଏବେ ଚମ୍ପଟ ମାରିଛି କମ୍ପାନୀ ର ଏମଡି ବିନୋଦ ଜେନା । ଏମଡିଙ୍କ କୌଣସି ଖୋଜ ଖୋବର ନପାଇ ଏବେ ହତାସ ଠକାମୀର ଶିକାର ହୋଇଥିବା ମହିଳାମାନେ ।ଲକଡାଉନ ସମୟରେ ସମସ୍ତେ ରୋଜଗାର ହରାଇ ହାତବାନ୍ଧି ବସିଥିବାବେଳେ କମ୍ପାନୀର ଏଭଳି ପ୍ରତିଶୃତିକୁ ସହଜରେ ବିଶ୍ୱାସ କରିନେଇଥିଲେ ମହିଳାମାନେ । କିଛି ରୋଜଗାର କରି ନିଜର ସ୍ଥିତିକୁ ସୁଧାରିବା ଲକ୍ଷରେ ସିକ୍ୟୁରିଟି ଦେଇ କମ୍ପାନୀରେ ଯୋଗଦେଇଥିଲେ ।

କେବଳ ୬ଟି ବ୍ଲକ ନୁହେଁ ଜିଲ୍ଲା ସଦର ମହକୁମାରର କିଛି ମହିଳା ମଧ୍ୟ ଏଥିରେ ଠକାମୀର ଶିକାର ହୋଇଛନ୍ତି । ହେଲେ ଏବେ ଏମଡି ବିନୋଦ ଜେନାର ଖୋଜ ଖବର ନାହିଁ । ଫୋନ କଲେ ଫୋନବି ଲାଗୁନାହିଁ । ଏଣୁ ଏବେ ନ୍ୟାୟ ଆଶାରେ କ୍ଷତିଗ୍ରସ୍ତ ମହିଳାମେନ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହୋଇଥିବାବେଳେ ଏମଡି ବିନୋଦ ଜେନା ନାଁରେ ସୋନପୁର ଥାନାରେ ଏକ ମାମଲା ଦାୟର କରିଛନ୍ତି । ଠକ ବିନୋଦ ଜେନାକୁ ଗିରଫ ସହ ଟଙ୍କା ଫେରାଇ ଆଣିବାକୁ ମହିଳାମାନେ ଦାବୀ ଜଣାଇଛନ୍ତି ।