(ହିଞ୍ଜିଳି/ ରଜନୀକାନ୍ତ ପାତ୍ର): ଗଂଜାମ ଜିଲ୍ଲା ଦାରିଗିଂବାଡି ଘାଟିରେ ଗତକାଲି ମଧ୍ୟ ରାତ୍ରିଠାରୁ ପୁଣି ଏକ ପ୍ରବାସୀ ଓଡିଆଙ୍କ ବସ ଫସିରହିଥିଲା । ରାତି ତମାମ ପ୍ରାୟ ତିରିଶିରୁ ଅଧିକ ପ୍ରବାସୀ ଓଡିଅ ଏହି ବସ୍ରେ ଫସି ରହିଥିଲା। ପ୍ରବାସୀ ଓଡିଆଙ୍କୁ ଧରି ତାମିଲନାଡୁରୁ ବଲାଙ୍ଗୀର ଜିଲ୍ଲା ଅଭିମୁଖେ ଯାଉଥିଲା ବସ । ତେବେ ୯ନଂ ଘାଟିରେ ଗାଡିଟି ଫସିରହିଥିଲା । ଅ।ଜି ସୋରୋଡା ପୋଲିସ ପ୍ରଶାସନ ପକ୍ଷରୁ ହିଟାଜି ମେସିନ ସାହାର୍ୟ୍ୟରେ ଗାଡିକୁ ଘାଟିରୁ ଉଦ୍ଧାର କରାଯାଇଥିବା ଜଣାପଡିଥିବା ବେଳେ ଦୁଇଟି ଘରୋଇ ବସ ମାଧ୍ୟମରେ ନିଜ ନିଜ ଅଂଚଳୁ ପଠାଯାଇଥିବା ସୋରୋଡା ଥାନା ଅଧିକାରୀ ରମେଶ ସାହୁ ସୂଚନା ଦେଇଛନ୍ତି ।