(ରଜନୀକାନ୍ତ ପାତ୍ର / ହିଂଜିଳି କାଟୁ) : ଥାନାର ଦ୍ଵାରସ୍ତ ହେଲେ ଡିମ୍ପଲ। ସୁମିତ ଫେରାର ହେବା ନେଇ ସେ ଥାନାର ଦ୍ଵାରସ୍ଥ ହୋଇଛନ୍ତି। ତାଙ୍କ ସ୍ଵାମୀ କୁଆଡେ ଚାଲି ଯାଇଛନ୍ତି ବୋଲି ସେ କହିଛନ୍ତି। ସୋମବାର ଆଉ ଏକ ପିଟିସନ ଦାଖଲ କରିବେ ତପସ୍ଵିନୀ। ସ୍ଵାମୀଙ୍କର କୋର୍ଟ ନିର୍ଦ୍ଦେଶ ଉଲଂଘନକୁ ନେଇ ଫେରାଦ ହେବେ ତପସ୍ଵିନୀ। ଭଡ଼ା ଘର ନୁହେଁ, ସ୍ଵାମୀଙ୍କ ଘରେ ରହିବାକୁ ଦାବି କରିବେ ତପସ୍ଵିନୀ ସେପଟେ ଫେରାର ହେବା ଘଟଣାକୁ ଖଣ୍ଡନ କରିଛନ୍ତି ତାଙ୍କ ଓକିଲ । ସେ କହିଛନ୍ତି ସୁମିତ ଫେରାର ହୋଇନାହାନ୍ତି। ସୁମିତ ଏବେ ବାଲିଶରାରେ ଅଛନ୍ତି। ତାଙ୍କ ଦେହ ଖରାପ ଯୋଗୁଁ ସେ ୫ ଦିନ ଛୁଟିରେ ଅଛନ୍ତି ଗତାକଲି ଡିମ୍ପଲ-ଡାକ୍ତର ସ୍ୱାମୀଙ୍କ କ୍ଷେତ୍ରରେ ଭିନ୍ନମୋଡ଼ ଦେଖିବାକୁ ମିଳିଥିଲା । ଡ଼ିମ୍ପଲକୁ ଛାଡ଼ି ସୁମିତ ଫେରାର ହୋଇଯାଇଥିବା ଅଭିଯୋଗ ଆଣିଥିଲେ ଡିମ୍ପଲ । ମେଡ଼ିକାଲରୁ ତପସ୍ୱିନୀ ବୁଝିଲେ,ସ୍ୱାମୀ କିଛି ଦିନ ପାଇଁ ଛୁଟି ପକେଇ କୁଆଡେ ଯାଇଛନ୍ତି। ସ୍ତ୍ରୀକୁ ଭଡାଘରେ ରଖି ସ୍ତ୍ରୀର ଯାବତୀୟ ଖର୍ଚ୍ଚକୁ ବହନ କରିବାକୁ ସ୍ୱାମୀ ସୁମିତକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ବର୍ତ୍ତମାନ ଡିମ୍ପଲ ଆସିକା ଚିନିକଳ ଆଇବିରେ ଏକା ଅଛନ୍ତି ।
କୋର୍ଟଙ୍କ ନୂଆ ଆଦେଶ ଅନୁସାରେ ୧୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ଡିମ୍ପଲ ଏବଂ ସୁମିତ ନିଜେ ଭଡାଘରେ ରହିବେ। ପୋଲିସ ଏବଂ ପ୍ରୋଟେକ୍ସ ଅଫିସର ସାପ୍ତାହିକ ରିପୋର୍ଟ ଦେବେ sdjm କୋର୍ଟଙ୍କ ନିକଟରେ। ଦୁହେଁ ଅନ୍ୟମାନଙ୍କ ସହ ମିଶିପାରିବେ। ବର୍ତ୍ତମାନ ପୋଲିସ ପକ୍ଷରୁ ପ୍ରୋଟେକ୍ସନକୁ କାଟିଦିଆଯାଇଛି। ପୂର୍ବରୁ କୋର୍ଟଙ୍କ ନିର୍ଦ୍ଦେଶରେ ଉଭୟଙ୍କୁ ଭଡା ଘରେ ରଖିବାକୁ ଆସିକା ପୋଲିସ୍ ଉଦ୍ୟମ କରିଥିଲା । କିନ୍ତୁ ଭଡା ଘର ତୁରନ୍ତ ନ ମିଳିବା ଯୋଗୁଁ ଉଭୟ ସ୍ୱାମୀ ସୁମିତ ଏବଂ ସ୍ତ୍ରୀ ତପସ୍ବିନୀଙ୍କୁ ଆସିକା ଚିନିକଳ ଅତିଥି ଭବନରେ ୭ ଦିନ ରହିଥିଲେ ।