ନୂଆଦିଲ୍ଲୀ : ରାଜସ୍ଥାନରେ କଂଗ୍ରେସ ସରକାର ମଧ୍ୟରେ ପୁଣି ଥରେ ଗରମାଗରମ ହୋଇଛି ରାଜନୀତି । ଆଜି ରାଜସ୍ଥାନ ଅଶୋକ ଗେହଲଟ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ବିଗତ କିଛି ଦିନଧରି ସରକାର ଓ ମନ୍ତ୍ରୀମଣ୍ଡଳକୁ ନେଇ ଚାଲିଥିବା ବିବାଦ ପୁଣି ଥରେ ସାମ୍ନାକୁ ଆସିଛି । ସଚିନ ପାଇଲଟଙ୍କ ସମର୍ଥନ କରୁଥିବା ବିଧାୟକ ମାନଙ୍କୁ ରାଜସ୍ଥାନ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ କରିବା ପାଇଁ ପ୍ରିୟଙ୍କା ଗାନ୍ଧୀ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହାକୁ ନେଇ ଆଜି ସୋନିଆ ଗାନ୍ଧୀଙ୍କ ସହିତ ଅଶୋକ ଗେହଲଟଙ୍କ ବୈଠକ ହୋଇଯାଇଛି ।