ପାଳଙ୍ଗ ଓମଲେଟ

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରୀପାଠୀ): ଅଣ୍ଡା ଓମଲେଟ ପ୍ରାୟ ସମସ୍ତେ ଖାଇଥିବେ । କିନ୍ତୁ ପାଳଙ୍ଗ ଓମଲେଟ ବାବଦରେ ବହୁତ କମ ଲୋକ ଜାଣିଥିବେ । ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ ମଧ୍ୟ । ତେବେ ଜାଣନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ ।
ଆବଶ୍ୟକୀୟ ସାମ୍ରଗୀ: ଅଣ୍ଡା-୨ଟା , ପାଳଙ୍ଗ ଶାଗ- ଆବଶ୍ୟକ ଅନୁଯାୟୀ , କଞ୍ଚାଲଙ୍କା – ଆବଶ୍ୟକ ଅନୁଯାୟୀ , କଟା ପିଆଜ- ୨ଟା , ଧନିଆ ପତ୍ର- ଅଳ୍ପ , ହଳଦୀ ଗୁଣ୍ଡ – ଅଳ୍ପ, ଅଦା-ଅଳ୍ପ , ଜିରା-ଅଳ୍ପ , ଗୋଲ ମରିଚ-ଅଳ୍ପ , ତେଲ -ଅଳ୍ପ, ଲୁଣ- ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ପାଳଙ୍ଗ ଶାଗକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ଅଣ୍ଡା ଭାଙ୍ଗି ରଖନ୍ତୁ। ଏଥିରେ କଟା ପାଳଙ୍ଗ, ଲଙ୍କା, ପିଆଜ, ଜିରା, ଗୋଲମରିଚ ଗୁଣ୍ଡ, ହଳଦୀ ଗୁଣ୍ଡ, ଅଦା, ଧନିଆ ପତ୍ର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହାପରେ ଗ୍ୟାସରେ ଏକ ତାୱା ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଏଥିରେ ଅଣ୍ଡା ମିଶ୍ରଣକୁ ପକାଇ ଗୋଟେ ପଟ ହୋଇଗଲେ ଅନ୍ୟ ପଟକୁ ସେକି ଦିଅନ୍ତୁ। ଉଭୟ ପଟ ହୋଇଗଲେ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର, ଚିଜ ପକାଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପାଳଙ୍ଗ ଅଣ୍ଡା ଆମଲେଟ୍‍ ।