ପାରାଦ୍ୱୀପରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ଜୟନ୍ତୀ

(ପ୍ରଶାନ୍ତ କୁମାର ସ୍ବାଇଁ) ପାରାଦ୍ୱୀପ: ପାରାଦ୍ୱୀପ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଦଳ ପକ୍ଷରୁ ଦିନ ସାରା ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିବାବେଳେ ସନ୍ଧ୍ୟାରେ ଏକ ସମାବେଶ ର ଆୟୋଜନ କରାଯାଇଥିଲା। ପାରାଦ୍ବୀପ ଜୟଦେବ ସଦନ ପଡିଆରେ ଆୟୋଜିତ ଏହି ସମାବେଶରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳ ସଭାପତିତ୍ବ କରିଥିଲାବେଳେ ଏଥିରେ ବିଧାୟକ ସମ୍ବିତ ରାଉତରାୟ, ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ ମୁଦୁଲି, ବିଶିଷ୍ଟ ଶ୍ରମିକ ନେତା ତଥା ବିଜେଡି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ସନ୍ତୋଷ କୁମାର ପଟ୍ଟନାୟକ ଓ ପ୍ରମୋଦ ଜେନା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଅଦମ୍ୟ ସାହସିକତା ଓ ବୀରତ୍ବ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସମାବେଶରେ ୭ ହଜାରରୁ ଊର୍ଦ୍ଧ୍ବ ମହିଳା ସାମିଲ ହୋଇଥିଲେ। ଆଗାମୀ ଦିନରେ ପାରାଦ୍ବୀପ ର ବସ୍ତି ବାସିନ୍ଦାଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଥଇଥାନ ଯୋଜନା କାର୍ୟ୍ୟକାରୀ କରାଯିବା ସହିତ ପାରାଦ୍ବୀପ ବନ୍ଦର କୁ ବିଜୁ ପଟ୍ଟନାୟକ ଙ୍କ ନାମରେ ନାମିତ କରିବା ଓ ଭାରତ ରତ୍ନ ଦେବାପାଇଁ ଆଜିଠାରୁ ପ୍ରୟାସ ଆରମ୍ଭ ହେଲା ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।