(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ବୁଧବାର ବିଳମ୍ବିତ ରାଜିରେ ରୋହତକ ଜିଲ୍ଲା ବିଓପିରେ ପାକ୍ର ଏକ ଡ୍ରୋନକୁ ଖସାଇଦେଇଛି ସୀମା ସୁରକ୍ଷା ବଳ । ଡ୍ରୋନକୁ ଭାରତୀୟ ବାୟୁ ସୀମା ମଧ୍ୟରେ ଦେଖିବା ପରେ ସୁରକ୍ଷା ବଳ ତୁରନ୍ତ ଏହାକୁ ଆଣ୍ଟି ଏୟାରକ୍ରାଫ୍ଟରେ ଖସାଇବାରେ ସକ୍ଷମ ହୋଇଛି । ତେବେ ଡ୍ରୋନ କେଉଁଠି ପଡିଛି, ତାହାର ପତ୍ତା ମିଳିନାହିଁ । ଏହା ପରେ ପଞ୍ଚାବ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଛି ।
ସୂଚନା ଯୋଗ୍ୟ, ରବିବାର ବିଳମ୍ବିତ ରାତ୍ରୀରେ ଭାରତୀୟ ବାୟୁସେନା ପଞ୍ଜାବ ସୀମା ନିକଟରେ ପଇଁତରା ମାରୁଥିବା ଚାରିଟି ଏଫ-୧୬ ବିମାନକୁ ଭାରତୀୟ ସେନା ସୁଖାଇ-୩୦ ଓ ମିରାଜ-୨୦୦୦ ଲଢିଆ ବିମାନ ଲଗାଇ ତଡିଦେଇଥିଲା ।