ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ଜାରିରହିଛି ବର୍ଷା

ଭୁବନେଶ୍ୱର : ପଶ୍ଚିମା ଝଡ ପ୍ରଭାବରେ ସାରା ରାଜ୍ୟରେ ଜାରିରହିଛି ବର୍ଷା । ଅଦିନିଆ ବର୍ଷାରେ ଭିଜୁଛି ଉପାନ୍ତରୁ ଉପକୁଳ । ଏବେ ବି ରାଜ୍ୟରେ ଯାରି ରହିଛି ଘଡଘଡି ବିଜୁଳି ସହ ଝଡ ପବନ । ଉତ୍ତର ଓ ଦକ୍ଷିଣ ଓଡିଶାରେ କାଳ ବୈଶାଖୀ ର ପ୍ରଭାବ ଦେଖିବା କୁ ମିଳୁଛି ।ଏଥିପାଇଁ ୬ଜିଲ୍ଲାକୁ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ନୂଆପଡ଼ା ଓ ନବରଙ୍ଗପୁରକୁ ୟେଲୋ ଆଲର୍ଟ ଯାରି କରା ଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ୟ୍ୟନ୍ତ ତାପମାତ୍ରା କମିଛି । ଆସନ୍ତାକାଲିଠୁ ପାଗରେ ପରିବର୍ତ୍ତନ ହେବ । ୨ ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ପାରଦ ବଢିବ ପାରେ ବେଲି ଭୁବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି ।