ପଶ୍ଚିମବଙ୍ଗୋ ଉପକୂଳ ଦେଇ ଯାଇପାରେ ବାତ୍ୟା

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ମାଡି ଆସୁଛି ବାତ୍ୟା ଆମ୍ପାନ, । ଏହା ସାମ୍ଭାବ୍ୟ ପଶ୍ଚିମବଙ୍ଗୋ ଉପକୂଳ ଦେଇ ଗତି କରିପାରେ । ଏବେ ଏହା ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି ବୋଲି ଏସଆରସି ପଦୀପ ଜେନା ସୂଚନା ଦେଇଛନ୍ତି ।  ଏବେ ଏହା ପାରାଦୀପର ଦକ୍ଷିଣରେ ୧୦୬୦ କି.ମି. ଦୂରରେ ରହିଛି । ମେ’ ୧୭ ତାରିଖ ସଂଧ୍ୟାରେ ବାତ୍ୟାଟି ଗତି ପରିବର୍ତ୍ତନ କରିବ ବୋଲି ଏସ୍‌ଆର୍‌ସି କହିଛନ୍ତି । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତ ରୂପ ନେଇ ସାରିଥିବାବେଳେ ଆଜି ଏହା ବାତ୍ୟାର ରୂପ ନେଇପାରେ । ଏହାର ପ୍ରଭାବରେ ଓଡ଼ିଶାରେ ମେ’ ୧୮ରୁ ୨୦ ଯାଏ ବର୍ଷା ହେବା ସହ ଜୋରରେ ପବନ ବହିବ। ମେ‘ ୧୯ରେ ଉପକୂଳ ଓଡ଼ିଶାରେ ୬୦ କି.ମି. ବେଗରେ ପବନ ବହିବ। ମେ’ ୨୦ରେ କାଳକ୍ରମେ ପବନର ବେଗ ବଢ଼ି ଘଣ୍ଟାକୁ ୧୧୦ କି.ମି. ପର୍ୟ୍ୟନ୍ତ ଯାଏ ଯାଇପାରେ।  ରାଜ୍ୟ ସରକାର ସଂପୂର୍ଣ୍ଣ ସଜାଗ ଅଛନ୍ତି। ଆମ ପାଖରେ ପର୍ୟ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ରହିଛି  ବୋଲି ଏସ୍‌ଆର୍‌ସି କହିଛନ୍ତି ।