ପରଦାକୁ ଆସୁଛି ଏହି ଷ୍ଟାରଙ୍କ ଜୀବନି

(ରିପୋଟରର୍ସ ଟୁଡ଼େ /ମୁମ୍ବାଇ): ପରଦାକୁ ଆସୁଛି ବଲିଉଡ଼ର ପନ୍ ଷ୍ଟାର  ଭାବେ ପରିଚିତ ହୋଇଥିବା ସନି ଲିଓନିଙ୍କ ଜୀବନି ଉପରେ ଆଧାରିତ ‘କରଣଜୀତ କୋର- ଦ ଅନଟୋଲ୍ଡ ଷ୍ଟୋରୀ ଅଫ ସନି ଲିଓନି’ ଫିଲ୍ଲ । ଏହାର ନିର୍ମାଣ ଏବେ ଶେଷ ହୋଇଯାଇଛି। ଲିଓନି ତାଙ୍କ ଅଭିଜ୍ଞତା ବିଷୟରେ ମିଡିଆ ସମ୍ମିଳନୀରେ କହିଛନ୍ତି, ’ପ୍ରଥମ ସିଜିନ ଗୁଡିକର ସୁଟିଂ ସମୟରେ ତାଙ୍କର ଆଖିରୁ ଲୁହ ବାହାରିବା ବନ୍ଦ ହୋଇନଥିଲା। ସିଜିନ ଗୁଡିକ ତାଙ୍କ ଜୀବନୀ ଉପରେ ଆଧାରିତ ଯେଉଁଥିରେ ସେ ପର୍ଣ୍ଣ ଇଣ୍ଡଷ୍ଟ୍ରୀ ସହ କିପରି ଯୋଡି ହୋଇଥିଲେ ତାହା ବିଷୟରେ ମଧ୍ୟ କୁହାଯାଇଥିଲା। ସେହି ସମୟରେ କିଛି ଏପରି ସ୍ଥିତି ମଧ୍ୟ ଥିଲା ଯାହା ମୋ ମନକୁ ଖୁବ ଯନ୍ତ୍ରଣା ଦେଉଥିଲା। ସିରିଜର ସୁଟିଂ ସମୟରେ ପୁଣି ସେହି ବିତିଥିବା ଯନ୍ତ୍ରଣାକୁ ଅନୁଭବ କରିବା ମୋ ପାଇଁ ସମ୍ଭବପର ନଥିଲା। କିନ୍ତୁ ଏହି ସମୟରେ ପ୍ରତିଟି ପାଦରେ ମୋ ସ୍ବାମୀ ଡାନିଏଲ ମୋ ସହ ଠିଆ ହୋଇଥିଲେ’।