(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରୀପାଠୀ): ଆଜି ଘରେ ଏମିତି କିଛି ବନାନ୍ତୁ ଯାହା ଖାଇବାପରେ ସମସ୍ତେ ଆପଣଙ୍କୁ ପ୍ରଶଂସା କରିବେ । ନିରାମିଶ ବାରରେ ପନିର ପରାଠା କରି ଖାଆନ୍ତୁ ଯାହା ସମସ୍ତେ ମନ ରଖିବେ । କେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ
ଆବଶ୍ୟକୀୟ ସାମଗ୍ରୀ : ଆବଶ୍ୟକ ଅନୁସାରେ ଅଟା , ୨ କପ କଟା ପନିର , ୩ ଚାମଚ ଦହି , ଅଳ୍ପ ଗରମ ମସଲା ପାଉଡର , ହଳଦି ପାଉଡର , ଧନିଆ ପତ୍ର , କଟା କଞ୍ଚାଲଙ୍କା , ଲୁଣ
ପ୍ରସ୍ତୁତି ପ୍ରଣାଳୀ:
ଏକ ପାତ୍ରରେ ଅଟା , ପନିର, ହଳଦି ପାଉଡର, କଞ୍ଚାଲଙ୍କା, ଲୁଣ, ଧନିଆ ପତ୍ର , ଗରମ ମସଲା ପକାଇ ଭଲ ଭାବେ ମିକ୍ସ କରନ୍ତୁ । ଏହାପରେ ଆପଣ ପାଣି କିମ୍ବା ଦହି ଅଳ୍ପ ଅଳ୍ପ କରି ଚକଟନ୍ତୁ । ସମସ୍ତ ସାମଗ୍ରିକୁ ଭଲଭାବେ ଚକଟି ଦିଅନ୍ତୁ । ଏହି ଚକଟି ଥିବା ଅଟାରେ ୧ ଚାମଚ ତେଲ ପକାନ୍ତୁ ଏବଂ ଏହାପରେ ଏହାକୁ ପୁଣିଥରେ ଚକଟନ୍ତୁ । ଯାହା ଦ୍ୱାରା ଏହା ନରମ ହୋଇଯିବ । ଏବେ ଚକଟି ରଖିଥିବା ଅଟାକୁ ରୁଟି ଆକାରର ଗୁଳା କରନ୍ତୁ । ଏବେ ଏହାକୁ କପଡାରେ ଢାଙ୍କି ଦିଅନ୍ତୁ । ଏବେ ଗୁଳା କରି ରଖିଥିବା ଅଟା ଭିତରେ ପନୀରର ମିଶ୍ରଣ ଭର୍ତ୍ତି କରି ରୁଟି ବେଲିଲା ଭଳି ବେଲନ୍ତୁ । ଏବେ ଏକ ତାୱାରେ ସାମାନ୍ୟ ତେଲ ପକାଇ ସେକନ୍ତୁ । ଏହା ହୋଇଗଲା ପରେ କାଢି ଦିଅନ୍ତୁ । ଏବେ ଏହାକୁ ଚଟଣୀରେ ଲଗାଇ ଖାଆନ୍ତୁ