ପଦ୍ମଶ୍ରୀ ପାଇଲେ କଙ୍ଗନା ରାନାୱତ ଓ ଅଦନାନ ସାମୀ

(ନୁଆଦିଲ୍ଲୀ) : ୨୦୨୦ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଦିଲ୍ଲୀର ରାଷ୍ଟ୍ରିୟ ଭବନରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଉପସ୍ଥିତିରେ ପଦ୍ମଶ୍ରୀ ପୁରଷ୍କାର ଦିଆଯାଇଛି । ତେବେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ କଙ୍ଗନା ରାନାୱତ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଥିବା ବେଳେ ଗାୟକ ଅଦନାନ ସାମିଙ୍କୁ ମଧ୍ୟ ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ କରାଯାଇଛି । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି ।