ପଟ୍ଟା ପାଇବାରେ ବଂଚିତ ଭୂମିହିନ

(ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ) : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଗୋପାଳଜୀଉପାଟଣା ଗାଁର ନିରାକାର ତରାଇଙ୍କ ପାଇଁ ଯୋଜନା ଦିଗହରା। ୪ଟି ସନ୍ତାନକୁ ନେଇ ଦୀର୍ଘ ୨୦ ବର୍ଷ ହେବ ରାସ୍ତା କଡ଼ରେ ମାଟି ଝୁମ୍ପୁଡି ଘରେ ରହିଆସୁଛନ୍ତି ନିରାକାର। ହେଲେ ରାସ୍ତା ପ୍ରଶସ୍ତିକରଣ ପାଇଁ ତାଙ୍କୁ ସେଠାରୁ ଉଠିବାକୁ ବାଧ୍ୟ କରାଯାଉଛି। ତାଙ୍କର ଝିଅ ଜଣେ ମାନସିକ ବିକାରଗ୍ରସ୍ତ। ଏଭଳି ସ୍ଥିତିରେ ସେ ଏବେ କେଉଁଠିକୁ ଯିବେ ସେ ନେଇ ଚିନ୍ତାରେ। ନିରାକାର ଜମିପଟ୍ଟା ଖଣ୍ଡିଏ ପାଇବା ପାଇଁ ବାରମ୍ବାର ଜିଲ୍ଲାପାଳ ଓ ତହସିଲଦାରଙ୍କୁ ଗୁହାରୀ କରିଥିଲେ ବି କିଛି ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି। ଏନେଇ ତହସିଲଦାର କହିଛନ୍ତି ନିର୍ବାଚନ ପରେ ତାଙ୍କୁ ଜାଗା ଚିହ୍ନଟ କରାଯାଇ ଜମି ପଟ୍ଟା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।