(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ପ୍ରବାସୀ ଓଡିଆଙ୍କ ନିଜ ରାଜ୍ୟକୁ ଆସିବା ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ । ହେଲେ ଏଥିପାଇଁ ହେଉଥିବା ପଞ୍ଜିକରଣରେ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ । ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏପରି ରାୟ ଦେଇଛନ୍ତି ହାଇକୋର୍ଟ । କରୋନା ଭାଇରସ୍ ସତର୍କତା ପାଇଁ ଦେଶ ଓ ରାଜ୍ୟ ଲକଡାଉନ ରହିଛି । ଏନେଇ ବହୁ ପ୍ରବାସୀ ଓଡ଼ିଆ ବାହାର ରାଜ୍ୟରେ ଫସି ରହିଛନ୍ତି । କିନ୍ତୁ ସେମାନଙ୍କୁ ଓଡ଼ିଶାକୁ ଫେରେଇ ଆଣିବା ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି । କିନ୍ତୁ ରାଜ୍ୟକୁ ଆସିବାକୁ ହେଲେ ସେମାନଙ୍କୁ ରାଜ୍ୟ ସରକାରଙ୍କ ୱେବସାଇଟରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ କରାଯାଇଛି । ଏହାସହ ପଞୀକରଣ କରିବା ପାଇଁ ଆଧାରକାର୍ଡ଼ ଆବଶ୍ୟକ ବୋଲି ଆଗରୁ ସୂଚନା ଥିଲା । କିନ୍ତୁ ଏବେ ଆଧାରକାର୍ଡ଼ ବାଧ୍ୟତାମୂଳକ ନୁହେଁ ବୋଲି ହାଇକୋର୍ଟ କହିଛନ୍ତି । ଏହାସହ ସେମାନଙ୍କ ଆସିବା ପାଇଁ ସ୍ୱତନ୍ତ୍ର ଟ୍ରେନ ଓ ବସର ବ୍ୟବସ୍ଥା ହୋଇଛି ।