ନୁଡଲ୍ସ ପକୋଡା

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ଆଜି କାଲି ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ସ୍ନାକ୍ସ ବା ଚଟପଟା ଖାଇବାକୁ ପସନ୍ଦ କରନ୍ତି । ତେବେ ପ୍ରାୟ ଲୋକେ ଭିନ୍ନ ଭିନ୍ନ ପ୍ରକାରର ପକୋଡା ଖାଇବାର ବେଶି ବସନ୍ଦ କରୁଥିବା ଦେଖିବାକୁ ମିଳୁଛି । ଆଜି ଆମେ ଏକ ପକୋଡା ବିଷୟରେ ଜଣାଇବୁ, ଯାହା ଆପଣ ଘରେ ନିଶ୍ଚିତ ପ୍ରସ୍ତୁତ କରି ଟ୍ରାଏ କରିବେ । ଆସନ୍ତୁ ଜାଣିବେ କିପରି ପ୍ରସ୍ତୁତ କରିବେ ‘ନୁଡୁଲ୍ସ ପକୋଡା’।
ଆବଶ୍ୟକ ସମାଗ୍ରୀ :
ବେସନ ୧ କପ୍‌ , କର୍ନଫ୍ଲୋର ୨ ଟେବୁଲସ୍ପୁନ , ସିଝା ହୋଇଥିବା ନୁଡୁଲ୍ସ , ଛତୁ ଛୋଟ ଛୋଟ କଟା ହୋଇଥିବା , ପତ୍ରକୋବି : ଅଧା କପ୍‌ କଟା ହୋଇଥିବା , କଞ୍ଚାଲଙ୍କା : ୨ଟି କଟା ହୋଇଥିବା , ଅଦା : ଛୋଟ ଖଣ୍ଡେ ( ଲମ୍ବା ହୋଇ କଟା ହୋଇଥିବା) , ଲୁଣ : ସ୍ୱାଦନୁସାରେ , ଲଙ୍କା ପାଉଡର , ତେଲ
ପ୍ରସ୍ତୁତି ପ୍ରଣାଳୀ :
ପ୍ରଥମେ ଏକ ପାତ୍ରରେ ବେସନ ଏବଂ କର୍ନଫ୍ଲୋର ମିଶାଇ ପାଣି ଦେଇ ଏକ ପେଷ୍ଟ ପ୍ରସ୍ତୁତ କରିନିଅନ୍ତୁ। ଏବେ ଏଥିରେ ଲୁଣ, ଲଙ୍କା ପାଉଡର, କଞ୍ଚାଲଙ୍କା, ଧନିଆପତ୍ର, ଅଦା, ଛତୁ, ପତ୍ରକୋବି ଏବଂ ନୁଡୁଲ୍ସ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ କଡେଇରେ ତେଲ ଗରମ ହୋଇଗଲା ପରେ ଏହି ମିଶ୍ରଣକୁ ନେଇ ତେଲରେ ପକାଇ ଛାଣନ୍ତୁ। ଏବେ ଏହାକୁ ଭଲଭାବେ ଛାଣିନିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ନୁଡୁଲ୍ସ ପକୋଡା। ଏବେ ଟମାଟୋ ସସ୍‌ ସହିତ ଗରମ ଗରମ ପରଷନ୍ତୁ।