(ରିପୋଟରର୍ସ ଟୁଡ଼େ): ନୁଆ ରଙ୍ଗରେ ରଙ୍ଗେଇ ହେବ ବିନ୍ଦୂସାଗର । ମନ୍ଦିର କାନ୍ଥ ଓ ଚଟାଣରେ ଥିବା ଫାଟକର ମରାମତି କାର୍ଯ୍ୟ ଆରମ୍ଭ କରିଛି ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ । ବିଏମ୍ସି ପକ୍ଷରୁ ଜଗତିର ପୁନରୁଦ୍ଧାର କାମ ଆରମ୍ଭ କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ମାତ୍ର କାମ ଆରମ୍ଭ ହୋଇପାରିନଥିଲା। କିନ୍ତୁ ଏବେ ଅନାବନା ଗଛକୁ କାଟି ରଙ୍ଗଦିଆଯିବ ବୋଲି ନିଷ୍ପତି ନେଇଛି ବିଭାଗ । ଏଥିପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୩ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ପ୍ରତ୍ନତତ୍ତ୍ବ ବିଭାଗର ଯନ୍ତ୍ରୀ ଶୁଭେନ୍ଦୁ ପୃଷ୍ଟିଙ୍କ କହିବା ଅନୁଯାୟୀ ଯାଞ୍ଚ ବେଳେ ମନ୍ଦିରରେ ଫାଟ ଥିବା ଦେଖାଯାଇଥିଲା। । ଏ ନେଇ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଚନ୍ଦନ ଯାତ୍ରା ପୂର୍ବରୁ କାଁଭାଁ ସ୍ଥାନରେ ସିମେଣ୍ଟ ଦିଆଯାଇଥିଲା।