ନିଲମ୍ବିତ ହେଲେ ପୌରପାଳିକା କାର୍ଯ୍ୟ ନିର୍ବାହୀ ଓ କନିଷ୍ଠ ଯନ୍ତ୍ରୀ

(ମମତା ସାମଲ)ରିପୋର୍ଟସଟୁଡେ: କାର୍ୟ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପାଳିକାର କାର୍ୟ୍ୟ ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ । ରାଜ୍ୟସରକାରଙ୍କ ଦ୍ୱାରା ଲକ୍ଷଧାର୍ୟ୍ୟ କାର୍ୟ୍ୟ ପୂରଣ କରିବାର ବିଫଳ ହେବା ଅଭିଯୋଗରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏ ଦୁହିଁଙ୍କୁ ନିଲମ୍ବନ କରାଯାଇଛି । ଏହା ସହିତ କାମ ସାରିଥିଲେ ସୁଧା ହିତାଧିକାରୀଙ୍କୁ ତାଙ୍କ ଟଙ୍କା ପାଇ ପାଉ ନାହାଁନ୍ତି । ଏହିଭଳି ବିଭିନ୍ନ ଘଟଣାରେ ଅବହେଳା କରିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।