ନିର୍ବାଚନ ଜିତିଲେ ଅତି ଗରିବ ପରିବାରକୁ ମାସିକ ୬ ହଜାର ଟଙ୍କା ସହାୟତା ଦେବ କଂଗ୍ରେସ: ରାହୁଲ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆସନ୍ତା ସାଧାରଣ ନିର୍ବାଚନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ କଂଗ୍ରେସ ପକ୍ଷରୁ ରାହୁଲ ଏକ ବଡ ଘୋଷଣା କରିଛନ୍ତି । କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ୨୦ପ୍ରତିଶତ ଅତି ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କା ସହାୟତା ଦେବାକୁ ରାହୁଲ ଘୋଷଣା କରିଛନ୍ତି । ଦଳ ଅତି ଗରିବ ପରିବାରକୁ ମାସିକ ୬  ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତବଦ୍ଧ ବୋଲି ରାହୁଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।