ନିର୍ବାଚନ କମିସନ୍ କଡ଼ା ନଜର

(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ) : ନିର୍ବାଚନ ସମ୍ବନ୍ଧୀୟ ପ୍ରକ୍ରିୟା ନଷ୍ଟ କରିବା କିଂବା ଅବାଞ୍ଛିତ ପ୍ରଭାବ ପକାଇବା ଉଦ୍ଦେଶ୍ୟରେ କୌଣସି ବିଷୟବସ୍ତୁ ରହୁଛି କି, ନାହିଁ କମିସନ୍‌ ତା’ର ମନିଟର୍‌ କରିବ। ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କର ସାମାଜିକ ଗଣମାଧ୍ୟମ ଅଭିଯାନ ଉପରେ ନିର୍ବଚାନ କମିସନ୍‌ କଡ଼ା ନଜର ରଖିବେ । ସେମାନଙ୍କ ପ୍ଲାଟ୍‌ଫର୍ମରେ ରାଜନୈତିକ ଅଭିଯାନର ବିଶ୍ୱସନୀୟତା ଉଜ୍ଜୀବିତ କରି ରଖିବାକୁ ନିର୍ବାଚନ କମିସନ୍‌ଙ୍କ ସହ କାମ କରିବ ବୋଲି ଫେସ୍‌ବୁକ୍‌, ଟୁଇଟର୍‌ ଏବଂ ଗୁଗଲ ଭଳି ବଡ଼ ସାମାଜିକ ଗଣମାଧ୍ୟମ ରାଜି ହୋଇଛନ୍ତି।ଏଥି ନିମନ୍ତେ ତିନୋଟିଯାକ ଫାର୍ମ ଗତବର୍ଷ ନିର୍ବାଚନ କମିସନ୍‌ଙ୍କ ସହ ବିଚାରବିମର୍ଶ ବେଳେ ଲିଖିତ ଆକାରରେ ଦେଇଥିଲେ। ପ୍ରତିଶ୍ରୁତି ଅନୁସାରେ, ସେମାନେ ଏ ସଂକ୍ରାନ୍ତରେ ନିର୍ବାଚନ କମିସନ୍‌ଙ୍କ କାର‌୍ୟ୍ୟକଳାପ ଉପରେ ଆଲୋକପାତ କରି ବ୍ୟବହାରକାରୀଙ୍କ ମଧ୍ୟରେ ସଚେତନତା ଅଭିଯାନ ଆରମ୍ଭ କରିସାରିଛନ୍ତି। ଆଗାମୀ ନିର୍ବାଚନ ଲାଗି ସମସ୍ତ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମ ଗ୍ରିଭେନ୍‌ସ୍‌ କର୍ମଚାରୀ ନିଯୁକ୍ତି କରିବା ଲାଗି ନିର୍ଦ୍ଦିଷ୍ଟ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଆପତ୍ତିଜନକ ପୋଷ୍ଟ୍ଗୁ‌ଡ଼ିକୁ ହଟାଇ ଦିଆଯିବା ଲାଗି ନିର୍ବଚାନ କମିସନ୍‌ ସାମାଜିକ ଗଣମାଧ୍ୟମ ସହ କାମ କରିବ। ସାମାଜିକ ଗଣମାଧ୍ୟମରେ ପଡୁଥିବା ରାଜନୈତିକ ବିଜ୍ଞାପନଗୁଡ଼ିକୁ ଅଧିକ ସ୍ୱଚ୍ଛ କରାଯିବ।