ନିର୍ବାଚନରେ ତୃଟି ଅଭିଯୋଗ

(ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡେ) : ଼ଗତ ୧୧ ତାରିଖରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ଉକ୍ତ ୨ ବୁଥ୍‌ରୁ ଗୋଟିଏରେ ଇଭିଏମ୍‌ ଫୋପାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଥିବା ବେଳେ ଅନ୍ୟଟିରେ ପ୍ରିଜାଇଡିଂ ଅଫିସରଙ୍କ ତ୍ରୁଟି ଥିବା ଜଣାପଡ଼ିଥିଲା। ରାଜ୍ୟର ୨ଟି ବୁଥ୍‌ରେ ପୁନଃ ମତଦାନ ହେବ ବୋଲି ନିର୍ବାଚନ ଆୟୋଗ ପକ୍ଷରୁ ମଙ୍ଗଳବାର ସୂଚନା ଦିଆଯାଇଛି। ଏଥିରେ ମାଲକାନଗିରିର ଗୋଟିଏ ଓ ବ୍ରହ୍ମପୁରର ଗୋଟିଏ ବୁଥ୍‌ରେ ପୁଣି ଥରେ ନିର୍ବାଚନ ହେବ। ଆସନ୍ତା ୧୮ ତାରିଖରେ ବ୍ରହ୍ମପୁର ସିଟି ହାଇସ୍କୁଲ-୨, ମାଲକାନଗିରିର ଏମ୍‌ପିଭି-୬୫ ବୁଥ୍‌ରେ ରି-ଭୋଟିଂ କରାଯିବ।