(ରିପୋର୍ଟସ ଟୁଡ଼େ): ବିମୁଦ୍ରୀକରଣ ପରେ ହୋଇଥିବା ନିର୍ବାଚନ ସମୟରେ ଯେପରି ବିପୁଳ ପରିମାଣର ଟଙ୍କା ଜବତ ହୋଇଥିବାର ନଜିର ରହିଛି, ତାକୁ ଅନୁଧ୍ୟାନ କଲେ ବିମୁଦ୍ରୀକରଣ ଏ କ୍ଷେତ୍ରରେ କଳାଧନର ଅପବ୍ୟବହାକୁ ରୋକିବାରେ ବିଫଳ ହୋଇଛି ବୋଲି ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଓପି ରାଓତ କହିଛନ୍ତି ।
ଶ୍ରୀ ରାଓତ କହିଛନ୍ତ ଯେ ନିର୍ବାଚନରେ କଳାଧନ ବ୍ୟବହାରକୁ ରୋକା ଯାଇ ପାରି ନାହିଁ। ଏଥିରୁ ଜଣାପଡ଼ୁଛି, ରାଜନୈତକ ଦଳ ଓ ତାଙ୍କୁ ଆର୍ଥିକ ସହାୟତା ଯୋଗାଉଥିବା ସଂସ୍ଥାମାନଙ୍କ ପାଖରେ ଟଙ୍କାର ଅଭାବ ନାହିଁ। ଆଉ ଯେଉଁ ବିପୁଳ ଟଙ୍କା ନିବାଚନରେ ଖର୍ଚ୍ଚ ହେଉଛି ତାହା କଳା ଟଙ୍କା ବୋଲି ଶ୍ରୀ ରାଓ୍ଵତ କହିଛନ୍ତି।
ଗତ ସପ୍ତାହରେ ମୁଖ୍ୟ ନିର୍ବାଚନ କମିସନ ପଦବିରୁ ଅବସର ନେଇଥିବା ଶ୍ରୀ ରାଓ୍ଵତ କହିଛନ୍ତି ଯେ ନିର୍ବାଚନ କମିସନର ଭାବେ ଆଇନ ମନ୍ତ୍ରଣାଳୟକୁ ବଦଳୁ ଥିବା ସମୟ ଅନୁଯାୟୀ ନିର୍ବାଚନରେ ଟଙ୍କା ଓ ସାମାଜିକ ଗଣମାଧ୍ୟମର ଅପବ୍ୟବହାର ନେଇ ଏକ ଆଇନଗତ ବ୍ୟବସ୍ଥା ସମ୍ପର୍କିତ ଠିକ୍ ସୁପାରିଶ କରି ନ ପାରିବା ତାଙ୍କର ଏକ ଅବସୋସ ବୋଲି ଶ୍ରୀ ରାଓ୍ଵତ କହିଛନ୍ତି। ତେବେ ପ୍ରତ୍ୟକ ରାଜନୈତିକ ଦଳଙ୍କ ନିର୍ବାଚନ ଖର୍ଚ୍ଚ ସର୍ବୋଚ୍ଚ ସୀମା ସ୍ଥିରୀକୃତ ହେବା ଉଚିତ ଉପରେ ମତ ଦେଇ ଶ୍ରୀ ରାଓ୍ଵତ କହିଛନ୍ତି ଯେ ଦିନେ ନା ଦିନେ ଏହା ଫଳପ୍ରଦ ହେବ। କାରଣ ରାଜନୈତିକ ଦଳଗୁଡ଼କ ମଧ୍ୟ ସେମାନଙ୍କ ଖର୍ଚ୍ଚକୁ ସୀମିତ କରିବାକୁ ଚାହୁଁଛନି। ବର୍ତ୍ତମାନ ପ୍ରାର୍ଥୀଙ୍କ ନିର୍ବାଚନ ଖର୍ଚ୍ଚ ନେଇ ଅଙ୍କୁଶର ବ୍ୟବସ୍ଥା ହୋଇଥିବା ବେଳେ ରାଜନୈତିକ ଦଳର ନିର୍ବାଚନ ଖର୍ଚ୍ଚ ନେଇ କୌଣସି ସୀମା ନାହିଁ। ଆଗାମୀ ଦିନରେଏହା ହେବା ଉଚିତ ବୋଲି ଶ୍ରୀ ରାଓ୍ଵତ କହିଛନ୍ତି।