ନିରଞ୍ଜନଙ୍କୁ ଗୋଲଖଙ୍କ ସମାଲୋଚନା

(ତ୍ରିଲୋଚନ ରାଉତ/ରିପୋର୍ଟରସ ଟୁଡେ): ବିଜେଡି ନେତା ନିରଞ୍ଜନ ପୂୂଜାରୀଙ୍କୁ ସମାଲୋଚନା କରିଛନ୍ତି ବିଜେପିି ମୁଖପାତ୍ର ଗୋଲଖ ମହାପାତ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ଗୋଲଖ କହିଛନ୍ତି, ୧୯ ବର୍ଷର ଶାସନ ବିଷୟରେ ଯେତେବେଳେ ବିଜେଡି ନେତାଙ୍କୁ ସାଧାରଣ ଜନତା ପ୍ରଶ୍ନ କରିବା ଆରମ୍ଭ କରିଛି, ସେମାନେ ଉତ୍କ୍ଷ଼ିପ୍ତ ହେଉଛନ୍ତି । ଏହାକୁ ବିଜେପିର କାର୍ଯ୍ୟ ବୋଲି ପାଲଟା ପ୍ରଶ୍ନ କରୁଛନ୍ତି । ଏହା ବ୍ୟତୀତ ବିଜେଡି ଲୋକଙ୍କୁ ଆକୃଷ୍ଟ କରିବାକୁ ମିଥ୍ୟା ପ୍ରତିଶ୍ରୁତି ମଧ୍ୟ ଦେବାକୁ ପଛାଉନାହିଁ ।
ସୂଚନାଯୋଗ୍ୟ, ତିନିଦିନ ତଳେ ନିରଞ୍ଜନ ପୂଜାରୀ ଏକ ସମ୍ମିଳନୀରେ ସେହି ଅଞ୍ଚଳର ଏକ ବ୍ୟକ୍ତି ନିରଞ୍ଜନକୁ ପ୍ରଶ୍ନ କରିଥିଲେ ସେହି ଅଞ୍ଚଳର ଉନ୍ନତିମୂଳକ କାର୍ଯ୍ୟକୁ । କିନ୍ତୁ ନିରଞ୍ଜନ ଉତକ୍ଷିପତ ହୋଇ ପ୍ରଶ୍ନ କରିଥିବା ବ୍ୟକ୍ତିକୁ ଦୃବ୍ୟବହାର କରି ବିଜେପିର କାର୍ଯ୍ୟକର୍ତ୍ତା ବୋଲି କହିଥିଲେ ।