(ରଜନୀକାନ୍ତ ପାତ୍ର / ହିଞ୍ଜିଳିକାଟୁ):ସାରା ରାଜ୍ୟରେ ବଢୁଛି ବେକାରି ସମସ୍ୟା। ଅନେକ ବେକାରି ଯୁବକ ଅ।ଜି ବେରୋଜଗାର ହୋଇ ଅନ୍ୟରାଜ୍ୟକୁ ଜାଇ ଦାଦନ ଖଟୁଛନ୍ତି। ହେଲେ କିନ୍ତୁ ଗଂଜାମ ଜିଲ୍ଲା ହିଂଜିଳି ବ୍ଳକ ବୁରୁପଡା ଗାଁର ଦୁଇ ସାଙ୍ଗ ଏବେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଅ।ଉ ଦୁଇ ସାଙ୍ଗ ଏବେ ମିଶି ନିଜ ଜମିରେ ସିମଲା ମରିଚ ଚାଷ କରି ରୋଜଗାରକ୍ଷମ ହେବା ସାଙ୍ଗକୁ ଅନ୍ୟମାନଙ୍କ ପାଇଁ ପାଲଟିଯାଇଛନ୍ତି ଉଦାହରଣ।
ହିଂଜିଳି ବ୍ଳକର ବୁରୁପଡା ଗାଁ ଯେଉଁ ଗ୍ରାମଟି ଏକ ଚାଷୀ ଗାଁ ଭାବେ ବେଶ ପରିଚୟ ଥିବା ବେଳେ ଏବେ ଏହି ଗାଁ ଦୁଇ ସାଙ୍ଗକୁ ନେଇ ବେଶ ଗର୍ବିତ । ସେହି ଦୁଇ ସାଙ୍ଗ ହେଲେ ସନ୍ତୋଷ ଦଳେଇ ଓ ଗୋଲା ପ୍ରଧାନ । ହେଲେ କିନ୍ତୁ ସେମାନେ ଅ।ଜି ନିଜେ ନିଜର ଏକ ସଫଳତା ଚାଷୀ ଭାବେ ବେଶ ନୂତନ ପରିଚୟ ସୃଷ୍ଟି କରିପାରିଛନ୍ତି । କାରଣ ସବୁବେଳେଚାଷ କାର୍ୟ୍ୟରେ କ୍ଷତି ସହିବା ପରେ ଏହି ଦୁଇ ସାଙ୍ଗ ଚାଲିଯାଇଥିଲେ ଅନ୍ୟରାଜ୍ୟକୁ ଦାଦନ ହୋଇ । ହେଲେ ସେଠାରେ ବେଶି ଦିନ ତିଷ୍ଟ ପାରିଲେ ନାହିଁ ପୁଣି ଫେରିଲେ ନିଜ ଗାଁ ମାଟିକୁ । ଅ।ଉ ଦାଦନ ଦୁଃଖ କୁ ପଛରେ ପକାଇ ଚାନ୍ଦା ଭେଦା କରି ନିଜ ନିଜ ଜମିରେ ଅ।ରମ୍ବ କଲେ ସିମିଲା ମରିଚ ସାଙ୍ଗକୁ କେପ୍ସିକମ୍ ଚାଷ । ଅତି ସୁନ୍ଦର ଭାବେ ତାର ଜତ୍ନ ନେଇ ମନଧ୍ୟାନ ଦେଇ ଚାଷ କରି ଏମାନେ ଏବେ ଚାଷ କାର୍ୟ୍ୟରେ ସଫଳତା ହୋଇପାରିଛନ୍ତି ।
ଯାହାକି ଅନ୍ୟ ଚାଷୀ ମାନଙ୍କ ପାଇଁ ଏମାନେ ଏବେ ଏକ ପ୍ରକାର ଉଦାହରଣ ପାଲଟି ଯାଇଥିବା ବେଳେ ଏମାନଙ୍କ ସଫଳତା କୁ ନେଇ ସାରା ଗାଁ ଏବେ ଗର୍ବିତ ହୋଇ ଉଠିଛି। ସେମାନଙ୍କ ମେଳାପି ସାଙ୍ଗକୁ ମନ ବଳରେ ସେମାନେ ଏବେ ଜଣେ ଜଣେ ସଫଳ ଚାଷୀ ଭାବେ ଏକ ନୂତନ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇପାରିଥିବା ବେଳେ ଏହାକୁ ନେଇ ବୈସ ଗର୍ବିତ ଥିବା କହିଛନ୍ତି ଗ୍ରାମବାସୀ ।