ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ନିଖୋଜ ଅଛନ୍ତି ଚଳଚ୍ଚିତ୍ର ନିର୍ମାତା ମହେଶ କଳାଭାଡିଆ । ଭୟଙ୍କର ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ପରଠାରୁ ନିଖୋଜ ଅଛନ୍ତି । ଯାହାକୁ ନେଇ ଆଶଙ୍କା ଭିତରେ ଅଛନ୍ତି ପରିବାର ଲୋକେ । ଘଟିଥିବା ବିମାନ ଦୁର୍ଘଟଣାରେ ସେ ଥାଇ ପାରନ୍ତି ବୋଲି ପରିବାର ଲୋକେ ଆଶଙ୍କା କରୁଛନ୍ତି । ତେଣୁ ପରିବାର ଲୋକେ ଚିହ୍ନଟ ପାଇଁ ଡିଏନଏ ନମୁନା ଦାଖଳ କରିଛନ୍ତି । ସମୟରେ ଏହି ଘଟଣା ଘଟିଥିଲା, ଯେତେବେଳେ ଏୟାର ଇଣ୍ଡିଆର ବିମାନଟି ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର କିଛି ମିନିଟ୍ ପରେ ମେଘନାନିଗର ଅଞ୍ଚଳରେ ଥିବା ଏକ ମେଡିକାଲ କଲେଜ ପରିସରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ବିମାନରେ ଥିବା ୨୪୨ ଜଣ ଯାତ୍ରୀଙ୍କ ମଧ୍ୟରୁ ୨୪୧ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ତଳେ ଥିବା ୨୯ ଜଣଙ୍କର ମୃତ୍ୟୁ ହୋଇଥିଲା।ନିଖୋଜ ଚଳଚ୍ଚିତ୍ର ନିର୍ମାତାଙ୍କ ନାମ ମହେଶ କଳାଭାଡିଆ, ଯାହାଙ୍କୁ ମହେଶ ଜିରାୱାଲା ମଧ୍ୟ କୁହାଯାଏ, ତାଙ୍କୁ ଚିହ୍ନଟ କରାଯାଇଛି।