(ଆଠଗଡ /ବିରୁପାକ୍ଷ ପ୍ରଧାନ): କଟକ ଜିଲ୍ଲାର ଆଠଗଡ ଉପଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟ ରେ ବିଭିନ୍ନ ଦଳର ହେଭିୱେଟ ନେତାମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୮୯ଆଠଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କଂଗ୍ରେସ ରୁ ଉମାବଲ୍ଲଭ ରଥ ଓ ୮୭ ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପିରୁ ବିଜୟ କୁମାର ଦଳବେହେରା ଓ କଂଗ୍ରେସ ରୁ ବବି ମହାନ୍ତି । ସେମାନଙ୍କ ସମ୍ମର୍ଥକ ମାନଙ୍କ ସହିତ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।ଶାସକ ଦଳର ନିଜର ବିକାଶ ର ମୁଦ୍ଦାକୁ ନେଇ ନିର୍ବାଚନ ମଇଦାନକୁ ଓଲ୍ହାଇଥିବା ବେଳେ ବିରୋଧୀ ସରକାରଙ୍କ ସ୍ଥାଣୁତା ଓ ଦୁର୍ନୀତିକୁ ନେଇ ନିର୍ବାଚନ ଲଢିବ ବୋଲି କହିଛନ୍ତି ।