ନରସିଂହପୁରରେ ଖାତା ଖୋଲିଲା କରୋନା

(ନରସିଂହପୁର/ନିର୍ମଳେନ୍ଦୁ ମିଶ୍ର): ନରସିଂହପୁର ବ୍ଲକର ନିମସାହି ପଞ୍ଚ।ୟତର ଆଇଁସିଆ ଗ୍ରାମରେ ପ୍ରଥମ କରୋନା ଚିହ୍ନଟ କରାଯାଇଛି। ଆକ୍ରାନ୍ତ ଜଣକଙ୍କର ଦୁଇ ଦୁଇଥର କରୋନ ଟେଷ୍ଟରେ ନେଗଟିଭ ଆସିବା ପରେ ତାଙ୍କୁ ହୋମ କ୍ୱାରେଣ୍ଟାଇନରେ ପଠାଯାଇଥିଲା । ତୃତୀୟ ଥର ସ୍ୱାବ ଟେଷ୍ଟପରେ ତାଙ୍କର କରୋନ ପଜେଟିଭ ଆସିଥିଲା । ଏନେଇ ତାଙ୍କୁ କଟକ ଅଶ୍ୱୀନି ହସ୍ପଟାଲରେ ଚିକିତ୍ସା କରାଯାଉଛି । ଆଇଁସିଆ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ଆକ୍ରାନ୍ତଙ୍କ କଣ୍ଟାଆକ୍ଟ ଟ୍ରେସିଂ ଚାଲିଛି । ଆକ୍ରାନ୍ତ ଜଣକ ସୁରତ ଫେରନ୍ତା ବୋଲି ଜଣା ପଡିଛି ।