“ଦେଶଫାଲ ଲୋକକଳା ମହୋତ୍ସବ -୨୦୨୦” ଉଦଘାଟିତ

(ଓମ ପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଧର୍ମଶାଳା ଠାରେ ନୃତ୍ୟ ଗୀତର ମହାପାର୍ବଣ “ଦେଶଫାଲ ଲୋକକଳା ମହୋତ୍ସବ -୨୦୨୦” ଉଦଘାଟିତ ହୋଇଯାଇଛି । ମହାନଦୀ କୂଳରେ କଳାମଂଚରେ ଆୟୋଜିତ ୨ଦିନିଆ ମହୋତ୍ସବକୁ ରାଜ୍ୟ ବାଣିଜ୍ୟ,ପରିବହନ ଓ ଯୋଜନା ସମନ୍ୱୟ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରଦୀପ ଜାଳି ଲୋକାର୍ପିତ କରି ଦେଶଫାଲ ଅଂଚଳର ଧୂଳିମାଟିରେ ଥିବା ନିଆରା ଗ୍ରାମ୍ୟ ଲୋକକଳା ଓ ସଂସ୍କୃତି ଏ ମାଟିକୁ ସ୍ୱତନ୍ତ୍ର ପରିଚିତ ଦେଇଛି ବୋଲି କହିଥିଲେ । ଏହି ଅବସରରେ ଗ୍ରାମୀଣ କଳାକାରଙ୍କ ଦ୍ୱାରା ଦଣ୍ଡ ସୁଆଙ୍ଗର ପତର ସଉରା,ଶିଶୁ କଳାକାରଙ୍କ ଆଦିବାସୀ ନୃତ୍ୟ ସହ ପଶ୍ଚିମ ଓଡ଼ିଶାର ଡ଼ାଲଖାଇ,ରସରକେଲି,ମାଇଲାଜଡ଼ ପରି ନୃତ୍ୟ ଗୀତ ପରିବେଷିତ ହୋଇଥିଲା । ପ୍ରଥମ ଥର ପାଇଁ ଆୟୋଜିତ ଏହି ଲୋକ ମହୋତ୍ସବର ପ୍ରଥମ ରାତିର ସାଂସ୍କୃତିକ କାର୍ଯ୍ୟକ୍ରମକୁ ହଜାର ହଜାର ଲୋକ ବିଳମ୍ବିତ ସମୟ ଧରି ଉପଭୋଗ କରିଥିଲେ ।