(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ଦୃଷ୍ଟିହୀନମାନଙ୍କ ପାଇଁ କଟକ ଶୈଳବାଳା ମହିଳା ମହାବିଦ୍ୟାଳୟ ପରିସରରେ ଏକ କର୍ମଶାଳା ଆୟୋଜିତ ହୋଇଛି। ସହାୟ ଓ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି କର୍ମଶାଳା ଅନୁଷ୍ଠିତ ହୋଇଥିଲା । କର୍ମଶାଳାରେ ଭୋଟ୍ ଦେବା ଉପରେ ଆଲୋଚନା କରାଯାଇଥିଲା। ଦୃଷ୍ଟିହୀନମାନଙ୍କୁ ଭୋଟ୍ ଦେବା ପାଇଁ ନିର୍ବାଚନ କମିଶନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେମାନଙ୍କୁ ବୁଥ୍ ଯାଏଁ ନେବା ଆଣିବା କରିବା ପାଇଁ ସ୍ୱତନ୍ତ୍ର ସ୍ୱେଚ୍ଛାସେବୀ ନିୟୋଜିତ ହେବା ସହ ଇଭିଏମ୍ ମେସିନ୍ର ବ୍ୟବହାର ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା।