(ଓମ ପ୍ରକାଶ ମିଶ୍ର/ସୋନପୁର): ସୁବର୍ଣ୍ଣପୁର ଜିଲ୍ଲାରେ ମୋଟର ଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲା ସମ୍ବନ୍ଧୀୟ ଏକ ମାଇକ୍ରୋ ଲୋକ ଅଦାଲତ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଜିଲ୍ଲା ଦୌରାଜଜ୍ ଅରୁଣ କୁମାର ମଲ୍ଲିକ, ଅତିରିକ୍ତ ଜିଲ୍ଲା ଜଜ୍ ମାନସ କୁମାର ପଣ୍ଡା, ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଂପାଦକ କମଳାକାନ୍ତ ନାୟକ, ବେଞ୍ଚ ସଭ୍ୟ ଦେବକିଶୋର ଦାନୀ, ସୟଦ ମୁଜାଫର ଅଲ୍ଲୀ, ବେଞ୍ଚ ସଭ୍ୟ ସୁଦ୍ଧ ନାରାୟଣ ସାହୁ, ବିପିନ ବିହାରୀ ବିଦ୍ୟାଧର ପ୍ରମୁଖ ଯୋଗଦେଇ ଦୁଇଟି ମୋଟରଯାନ ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାର ବିଚାର କରି ୧୦ ଲକ୍ଷ ୧୫ହଜାର ଟଙ୍କାର କ୍ଷତିପୂରଣ ଆଦେଶ ଦେଇଛନ୍ତି । ଏହି ଲୋକ ଅଦାଲତରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସୌମିତ୍ରୀ ଥନାପତି, ଅରୁଣ ବେହେରା, ବିନ୍ଦୁସାର ମହାପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ ।