ଦିବ୍ୟଶଙ୍କର ମିଶ୍ରଙ୍କ ଗାଡିକୁ ଅଣ୍ଡାମାଡ

ଜୁନାଗଡ : ଦିବ୍ୟଶଙ୍କର ଗାଡି ଉପରକୁ ଅଣ୍ଡାମାଡ ହୋଇଛି । ଜୁନାଗଡ ଛକ ଠାରେ ବିଜେପି କର୍ମୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଅଣ୍ଡାମାଡ କରିଛନ୍ତି । ବିଜେଡି ସାଂଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଓ ଦିବ୍ୟଶଙ୍କର ମିଶ୍ରଙ୍କ ଗାଡିକୁ ଅଣ୍ଡା ମାଡ ହୋଇଛି । ମିଶ୍ରଣପର୍ବରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ବିଜେପି କର୍ମୀ ମାନଙ୍କ ଦ୍ୱାରା ଅଣ୍ଡା ମାଡ କରା ଯାଇଥିଲା ।
ମମିତା ମେହେର ହତ୍ୟା ମାମଲାରେ ଦିବ୍ୟଶଙ୍କରଙ୍କ ସଂପୃକ୍ତି ଅଭିଯୋଗକୁ ନେଇ ଦୀର୍ଘଦିନ ଧରି ବିରୋଧ କରିଆସୁଛନ୍ତି ରାଜନୈତିକ ଦଳ ମାନେ । ପୂର୍ବରୁ ଦିବ୍ୟଶଙ୍କରଙ୍କ ବାସଭବନକୁ କଂଗ୍ରେସ ଅଣ୍ଡା ମାଡ କରିଥିବା ବେଳେ ଆଜି ବିଜେପି ଦିବ୍ୟଶଙ୍କରଙ୍କ ଗାଡି ଉପରକୁ ଅଣ୍ଡା ମାଡ କରିଛନ୍ତି ।