ଦାଦା ବଟି ମାଗିବା ଅଭିଯୋଗରେ ୪ ଗିରଫ

(ଜୟନ୍ତ କୁମାର ସେଠୀ / ପୁରୀ): ଦାଦା ବଟିକୁ ନେଇ ପୁରୀ ପୋଲିସ କଡା କାର୍ୟ୍ୟନୁଷ୍ଠାନ ଜାରି ରଖିଛି। ଏହି କ୍ରମରେ ପୁରୀ ସହରରେ ବିଭିନ୍ନ ସ୍ଥାନରେ ଦାଦା ବଟି ମାଗିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ପୁରୀ ହାଡ଼ ଗୋଡ଼ିଆ ସାହିର ଜଗନ୍ନାଥ ପଣ୍ଡା , ପୁରୀ ଭି ଆଇ ପି ରୋଡ଼ର ପ୍ରଶାନ୍ତ କୁମାର ଗୋଛି ଓ ସରୋଜ ଗୋଛି ଏବଂ ବାସଳୀ ସାହିର ଜଳନ୍ଧର ରାଉତ ରାୟ। ପୋଲିସର ସୂଚନା ଅନୁଯାୟୀ ଅଭିଯୁକ୍ତ ଜଗନ୍ନାଥ ପଣ୍ଡା ପୁରୀ ସହରର ମାର୍କେଟ ଛକରୁ ଦୋକାନିଙ୍କୁ ଭୟଭୀତ କରି ବଟି ଆଦାୟ କରୁଥିଲା। ସେହିପରି ଅଭିଯୁକ୍ତ ପ୍ରଶାନ୍ତ ଗୋଛି , ସରୋଜ ଗୋଛି ସଦର ଥାନା ଶାସନ ଦାମୋଦର ପୁର ଅଞ୍ଚଳ ଜଣେ ବ୍ୟକ୍ତିଙ୍କୁ ଧମକ ଦେଇ ଦାଦା ବଟି ମାଗୁଥିଲେ। ସେହିପରି ଅଭିଯୁକ୍ତ ଜଳନ୍ଧର ରାଉତ ରାୟ ରେଲୱେ ଟ୍ରେକର ଆସୋସିଏସନର ଜଣେ ସଦସ୍ୟଙ୍କୁ ବନ୍ଧୁକ ଦେଖାଇ ୫୦ ହଜାର ଟଙ୍କା ବଟି ମାଗୁଥିଲେ। ଏ ନେଇ ପୋଲିସ ପାଖରେ ଅଭିଯୋଗ ପରେ ଚଢ଼ାଉ କରାଯାଇ ୪ ଜଣ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଗାମୀ ଦିନରେ ଦାଦା ବଟି ଅଭିଯୋଗ ଆସିଲେ ପୁରୀ ପୋଲିସ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପୁରୀ ଏସପି ସ୍ପଷ୍ଟ କରି ଦେଇଛନ୍ତି।