ଦଳିତ ନାବାଳିକାକୁ ବସ ଭିତରେ ଦୁଷ୍କର୍ମ

ସୁରଟ: ଜଣେ ନାବାଳିକାଙ୍କୁ ବସ ଭିତରେ ଦୁଷ୍କର୍ମ କରାଯାଇଛି । ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗୁଜୁରାଟ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଏହି ଦୁର୍ବୃତ୍ତମାନେ ପୁଣି ଦିଲ୍ଲୀ ନିର୍ଭୟା ଘଟଣାର ପୁରାବୃତ୍ତି କରିଛନ୍ତି । ବସରେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ରାସ୍ତାରେ ଫୋପାଡି ଦେଇଥିବା ଅଭିଯୋଗ ହୋଇଛି ।
ଜାନୁଆରୀ ୨ ତାରିଖରେ ସହରର ନୂଆ ଭିଆଇପି ରାସ୍ତାରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଛି । ୧୬ ବର୍ଷୀୟା ନାବାଳିକାକୁ ତିନି ଅଭିଯୁକ୍ତ ଜୋରଜବରଦସ୍ତ ରାସ୍ତା କଡରେ ଠିଆ ହୋଇଥିବା ଏକ ବସ ଭିତରେ ପୁରାଇ ଦେଇଥିଲେ । ବସ ଭିତରେ ମୁଖ୍ୟ ଅଭିଯୁକ୍ତ ନାବାଳକ ଦୁଷ୍କର୍ମ କରୁଥିବା ବେଳେ ଅନ୍ୟ ଦୁଇଜଣ ର।।ସ୍ତାରେ ଲୋକଙ୍କ ଯା ଆସ ଉପରେ ନଜର ରଖିଥିଲେ । ଦୁଷ୍କର୍ମ ପରେ ନାବାଳିକାଙ୍କୁ ରାସ୍ତାରେ ଫିଙ୍ଗି ସେଠାରୁ ଚାଲିଯାଇଥିଲେ । ଦୁଷ୍କର୍ମର ଶିକାର ନାବାଳିକା ଦଳିତ ବର୍ଗର ।
ସେ ଘରକୁ ଫେରିବା ପରେ ଘରଲୋକଙ୍କୁ ଏସବୁ ସମ୍ପର୍କରେ ଜଣାଇଥିଲେ । ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।