ଥରୁଛି ଓଡିଶାର କାଶ୍ମୀର : ଖସୁଛି ପାରଦ

ଦାରିଙ୍ଗିବାଡି: ଦାରିଙ୍ଗିବାଡିରେ ଦିନକୁ ଦିନକୁ ଶୀତ ଅସହ୍ୟ ହେବାରେ ଲାଗିଛି । ପ୍ରତ୍ୟକ ଦିନ ଖସୁଛି ପାରଦ । ଶୁକ୍ରବାର ୧୩ଡିଗ୍ରୀ ସେଲସିୟସ ତାପମାତ୍ରା ରହିଥିବା ବେଳେ ଶନିବାର ୨ ଡିଗ୍ରୀ ହ୍ରାସ ପାଇ ୧୧ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା । ପୁଣି ରବିବାର ଦିନ ୨ଡିଗ୍ରୀ ହ୍ରାସ ପାଇ ଆଜି ୯ଡିଗ୍ରୀରେ ପହଞ୍ଚିଛି ଓ ବର୍ଷର ସର୍ବନିମ୍ନ ତାପମାତ୍ରା ଭାବରେ ରେକର୍ଡ କରାଯାଇଛି । ତାପମାତ୍ରା ହ୍ରାସ ପାଇବା ହେତୁ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି । ସକାଳୁ ଉଠିବା କଷ୍ଟସାଧ୍ୟ ହେଉଥିବା ବେଳେ ଲୋକମାନେ ପ୍ରାତଃ ଭ୍ରମଣ କରି ବ୍ୟାୟାମ କରୁଛନ୍ତି । ଆଗକୁ ଆହୁରି ତାପମାତ୍ରା ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ଶୀତର ମଜା ଉଠାଇବା ପାଇଁ ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ପର୍ଯ୍ୟଟକ ମାନଙ୍କ ଭିଡ ଦେଖିବାକୁ ମିଳୁଛି ।