(ଭୁବନେଶ୍ୱର) : ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । କମିଲା ବସ ଭଡା । ପେଟ୍ରୋଲ ଡିଜେଲ ଦର କମିବା ପରେ କମିଲା ବସ ଭଡା । ଦୀର୍ଘ ଦିନ ଧରି ତୈଳ ଦର ବୃଦ୍ଧି ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ଯାତ୍ରୀ । ତେବେ ସାଧାରଣ ବସ୍ କିମି ପାଛା ୯୨ ପଇସାରୁ ହ୍ରାସ ପାଇ ୮୭ ପଇସା ହୋଇଛି । ଏକ୍ସପ୍ରେସ୍ ବସ୍ ଭଡ଼ା ୯୬ ପଇସାରୁ ୯୧ ପଇସା ହୋଇଛି । ସେହିପରି ଡିଲକ୍ସ ବସ୍ର ଭଡ଼ା କିମି ପ୍ରତି ୧.୩୫ ପଇସାରୁ ୧.୨୫ ହୋଇଛି । ଏସି ଡିଲକ୍ସ ୧.୬୩ ପଇସାରୁ ୧.୫୩ ଓ ସୁପର ପ୍ରିମିୟମ୍ ୨.୫୩ରୁ ୨.୩୮ ଟଙ୍କା ହୋଇଛି ।