(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ): ଯାଜପୁର ରୋଡ ଷ୍ଟେସନ ନିକଟ ଅହମ୍ମଦନଗର ଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍ ଧକ୍କାରେ ମାଆ, ଝିଅ ମୃତ୍ୟୁବରଣ କରିଛନ୍ତି। ଟ୍ରେନ୍ ଲାଇନ୍ ପାର କରୁଥିବା ସମୟରେ ଟ୍ରେନ୍ ଚଢିଯାଇଥିବା ସୂଚନା ମିଳିଛି।
ଯାଜପୁର ରୋଡ ଷ୍ଟେସନ ନିକଟ ଅହମ୍ମଦନଗରରେ ଆଜି ଟ୍ରେନ୍ ଲାଇନ୍ ପାର କରୁଥିବା ସମୟରେ ମାଆ ଓ ଝିଅକୁ ଟ୍ରେନ୍ ଧକ୍କା ଦେଇଛି। ହାୱଡା ପୁରୀ ଏକ୍ସପ୍ରେସ୍ ଧକ୍କାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଫଳରେ ଘଟଣାସ୍ଥଳରେ ମାଆ ଝିଅ ମୃତ୍ୟୁବରଣ କରିଛନ୍ତି। ମୃତ ମାଆ ଓ ଝିଅଙ୍କ ଘର କୋରେଇ ଥାନା ଚାନ୍ଦ ମା ଗାଁରେ। ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହ ଉଦ୍ଧାର କରିଛି।