(ରିପୋଟରର୍ସ ଟୁଡ଼େ / ମୃତ୍ୟୁଞ୍ଜୟ ଭୋଇ ) : ଟ୍ରେନରୁ ଚୋରି କରି ରେଳ କର୍ମଚାରୀ ଗିରଫ । ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ମଂଜୁରୀ ରୋଡ଼ ରେଳ ଷ୍ଟେସନରେ । ଟ୍ରେନ୍ରେ ଆସୁଥିବା ବିଭିନ୍ନ ପାର୍ସଲ ସାମଗ୍ରୀ ଚୋରି ସମ୍ପୃକ୍ତିରେ ଦୁଇ ରେଳ କର୍ମଚାରୀଙ୍କ ସହ ଜଣେ ସାଧାରଣ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆର ପି ଏଫ ।
ମଞ୍ଜୁରୀ ରୋଡ ଷ୍ଟେସନରୁ ଦୁଇ ରେଳ କର୍ମଚାରୀଙ୍କୁ ଗିରଫ କରିଛି ଭଦ୍ରକ ଆରପି ଏଫ । ଦୁଇ ରେଳ କର୍ମଚାରୀ ହେଲେ ମଞ୍ଜୁରୀ ରୋଡ଼ ଷ୍ଟେସନ ମ୍ୟାନେଜେର କେ. ବି ଓଝା ଓ ଟୋକନ ପୋର୍ଟର ସାମସନ ବିଶ୍ୱାଳ ।