(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ଧିବଦ୍ଧଭାବେ କାଲିଠୁ ଆରମ୍ଭ ହୋଇଛି ଖରିଫ ଧାନ ସଂଗ୍ରହ । ପୂଜା ପାଠ ସହ ମଣ୍ଡି ଖୋଲାଯାଇ ଚାଷୀଙ୍କ ଠାରୁ ଧାନ କ୍ରୟ କରାଯାଉଛି । ତେବେ ଆଜି ଦ୍ୱିତୀୟ ଦିନରେ ସମ୍ବଲପୁରରେ ନୂଆ ଟୋକନ ବ୍ୟବସ୍ଥାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ସମ୍ବଲପୁର ବରେଇପାଲିରେ ଏ ପର୍ୟ୍ୟନ୍ତ ଚାଷୀଙ୍କ ଟୋକେନ ଲାଗୁ ହୋଇନାହିଁ । ଚାଷୀ ଫସଲ ବିକ୍ରି କରିବେ କେମିତି । ତେଣୁ ରାଜ୍ୟ ବଦଳରେ ଜିଲ୍ଲା ସ୍ତରରେ ଟୋକେନ ଦିଆଯାଉ ବୋଲି ଚାଷୀ ଦାବୀ କରିଛନ୍ତି । କିନ୍ତି ଏଥିରେ ପ୍ରଶାସନ ସହମତି ନ ହେବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଆରଏମସି ପଡ଼ିଆ ପରିସରରେ ଚାଷୀଳ ଯୋଗଣ ବିଭାଗ ଓ ନିୟନ୍ତ୍ରିତ ବଜାର କମିଟି ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ କୈାଣସି ସମାଧାନ ହୋଇପାରି ନଥିଲା । ଟୋକେନ ବ୍ୟବସ୍ଥା ଓ ଚାଷୀଙ୍କ ଏହି ବିରୋଧ ସମ୍ପର୍କରେ ବିଭାଗୀୟ ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳ କୈାଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । ତେବେ ବରେଇପାଲି ମାର୍କେଟ ୟାର୍ଡ଼ରେ ଟ୍ରାକ୍ଟର ରଖି ଧାରଣାରେ ବସିଛନ୍ତି ଚାଷୀ । ଚାଷୀଙ୍କ ତୀବ୍ର ବିରୋଧ ଯୋଗୁଁ ଧାନ ବିକ୍ରି କାମ ଆରମ୍ଭ ହୋଇପରି ନାହିଁ ।