ଟିକାକରଣ ପାଇଁ ନୂଆ ଗାଇଡଲାଇନ ଜାରି

ନୂଆଦିଲ୍ଲୀ: ଦେଶରେ ଟିକାକରଣ ପାଇଁ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଗାଇଡଲାଇନରେ କୁହାଯାଇଛି ଯେ କେନ୍ଦ୍ର ସରକାରର ରାଜ୍ୟମାନଙ୍କର ଜନସଂଖ୍ୟା ଓ ସଂକ୍ରମଣ ହାର ଓ ଭ୍ୟାକସିନ ଉପଲବ୍ଧତାକୁ ଦୃଷ୍ଟିରେ ରଖି ଭ୍ୟାକସିନ ଆବଣ୍ଟନ କରିବେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣାର ଦିନେ ପରେ ନୂଆ ଗାଇଡଲାଇନ ଜାରି କରାଯାଇଛି । ସୋମବାର ଦିନ ମୋଦି ଘୋଷଣା କରିଥିଲେ ଯେ କେନ୍ଦ୍ର ସରକାର ଜୁନ ୨୧ ତାରିଖରୁ ସମସ୍ତ ବୟସ୍କଙ୍କୁ ମାଗଣା କରୋନା ଟିକା ଉପଲବ୍ଧ କରାଇବେ ।
୧୮ ବର୍ଷରୁ ଉର୍ଦ୍ଧ୍ବ ନାଗରିକ ଜନସଂଖ୍ୟା ଗୋଷ୍ଠୀ ମଧ୍ୟରେ, ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶ ଗୁଡିକ ଟିକା ଯୋଗାଣ ସୂଚୀରେ ନିଜର ପ୍ରାଥମିକତା ସ୍ଥିର କରିପାରିବେ । ଅନେକ ରାଜ୍ୟ ବୟସ ବର୍ଗ ମଧ୍ୟରେ ପ୍ରାଥମିକତା ସ୍ଥିର କରିବାକୁ ବିକଳ୍ପ ଦାବି କରିଥିଲେ। ଘରୋଇ ହସ୍ପିଟାଲ ପାଇଁ ଟିକା ଦାମ ଭ୍ୟାକସିନ ନିର୍ମାତା ଦ୍ୱାରା ଧାର୍ୟ୍ୟ କରାଯିବ । ପରେ ହେବାକୁଥିବା ଯେକୌଣସି ପରିବର୍ତ୍ତନ ସମ୍ପର୍କରେ ଆଗୁଆ ସୂଚାଇ ଦିଆଯିବ । ଘରୋଇ ହସ୍ପିଟାଲ ସେବା ଶୁଳ୍କ ଭାବେ ଡୋଜ ପିଛା ସର୍ବାଧିକ ୧୫୦ ଟଙ୍କା ପର୍ୟ୍ୟନ୍ତ ଚାର୍ଜ କରିପାରିବେ। ଏନେଇ ରାଜ୍ୟ ସରକାର ତଦାରଖ କରିପାରିବେ।