(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଜୁଲାଇ ମାସରେ ରାଜ୍ୟର ୪ କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏହା ସହ ଅଗଷ୍ଟ ମାସରେ ଆଉ ଦୁଇ କୁଳପତିଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେବାକୁ ଥିବା ବେଳେ ଏହି ସମସ୍ତ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି ଆରମ୍ଭ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାନୁଯାୟୀ, ଜୁଲାଇ ମାସରେ ୪ଟି ବିଶ୍ୱବିଦ୍ୟାଳୟ ଓ ଅଗଷ୍ଟ ମାସରେ ଆଉ ୨ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏଥିପାଇଁ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ନୂଆ କୁଳପତି ଚୟନ କରିବା ଆରମ୍ଭ ନିମନ୍ତେ ଉଚ୍ଚ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଜୁଲାଇ ମାସରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଅମରେନ୍ଦ୍ର ନାରାୟଣ ମିଶ୍ର, ରମାଦେବୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଦ୍ମଜା ମିଶ୍ର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁମଳପତି ଏକେ ପତିଙ୍କ କାର୍ଯ୍ୟକାଳ ଶେଷ ହେଉଛି । ସେହିପରି ଅଗଷ୍ଟ ମାସରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ର କୁଳପତି ଓ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କୂଳପତିଙ୍କ କାର୍ଯ୍ୟକାଳ ଶେଷ ହେବ । ଏଥିପାଇଁ ନୂଆ କୂଳପତି ଚୟନ ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।