ଭୁବନେଶ୍ୱର: କରୋନା ମହାମାରୀ ମଧ୍ୟରେ ଅଫଲାଇନ ପରୀକ୍ଷାକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ପିଲାଙ୍କ ପରୀକ୍ଷାକୁ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ । ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ ମଙ୍ଗଳବାର କହିଛନ୍ତି, ରାଜ୍ୟର ସମସ୍ତ ଉପକୂଳପତିଙ୍କ ସହ ଜୁନ ୧୨ରେ ପିଜି ଓ ୟୁଜି ପରୀକ୍ଷାର ଏକ ସାମଧାନ ପାଇଁ ଚୂଡାନ୍ତ ବୈଠକ ଡକାଯାଇଛି । ସେଠାରେ ନିଷ୍ପତ୍ତି ନିଆଯିବ ।
ମନ୍ତ୍ରୀ କହିଛନ୍ତି, ଭିଡିଓ କନଫେରେନ୍ସିରେ ସମସ୍ତ ଉପକୂଳପତିଙ୍କ ସହ ଆଲୋଚନା କରି କୋଡିଡ ୧୯ କାଳରେ ଲକଡାଉନ ଭିତରେ କିପରି ପରୀକ୍ଷା କରାଯିବ ତାକୁ ନେଇ ସେମାନଙ୍କ ପରାମର୍ଶ ଲୋଡାଯିବ । ଉପକୂଳପତିଙ୍କ ସହ ବୈଠକ ପରେ ସମସ୍ତ କଲେଜର ପ୍ରିନ୍ସିପାଲଙ୍କ ସହ ବୈଠକ ହେବ । ସେମାନଙ୍କ ସହ ସଠିକ ବିଚାର ବିମର୍ଷ ଓ ଆଲୋଚନା ପରେ ଏକ ଉପଯୁକ୍ତ ନିଷ୍ପତ୍ତି ନିଆଯାଇ ପରୀକ୍ଷା କରାଯିବ ।