ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷିତ ତାଲିକା ପ୍ରକାଶ

ଭୁବନେଶ୍ୱର: ଶନିବାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସଂରକ୍ଷିତ ତାଲିକା ପ୍ରକାଶ ପାଇଲା। ରାଜ୍ୟ ସରକାରଙ୍କ ପଂଚାୟତିରାଜ ବିଭାଗ ପକ୍ଷରୁ ଏହି ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ୫୦ ପ୍ରତିଶତ ମହିଳା ଓ ୭ଟି ଆସନ ଅନୁସୂଚୀତ ଜାତି ବର୍ଗ ସଂରକ୍ଷିତ ରଖାଯାଇଛି ।
ତାଲିକା ଅନୁଯାୟୀ ଅନୁଗୋଳ, କଳାହାଣ୍ଡି, ଦେବଗଡ଼, କଟକ, କେନ୍ଦୁଝର, ଗଜପତି, ନୟାଗଡ଼ ଜିଲ୍ଲା ଅଣସଂରକ୍ଷିତ ରହିଥିବା ବେଳେ କନ୍ଧମାଳ ଜିଲ୍ଲା ପାଇଁ ଏସଟି (ମହିଳା), କୋରାପୁଟ ଜିଲ୍ଲା ପାଇଁ ଏସଟି (ମହିଳା), ନବରଙ୍ଗପୁର ଜିଲ୍ଲା ପାଇଁ ଏସଟି, କେନ୍ଦ୍ରାପଡ଼ା ଜିଲ୍ଲା- ଏସସି (ମହିଳା)ଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ଜଗତସିଂହପୁର- ଏସଟି, ଗଞ୍ଜାମ- ମହିଳା, ଖୋର୍ଦ୍ଧା, ଝାରସୁଗୁଡ଼ା ଓ ଢେଙ୍କାନାଳ ଜିଲ୍ଲା ପାଇଁ (ମହିଳା), ନୂଆପଡ଼ା- ମହିଳା, ପୁରୀ- ମହିଳା, ବଲାଙ୍ଗିର- ମହିଳା, ସମ୍ବଲପୁର- ମହିଳା, ବରଗଡ଼, ବାଲେଶ୍ବର ଓ ସୋନପୁର ଜିଲ୍ଲା ପାଇଁ ଅଣ ସଂରକ୍ଷିତ, ବୌଦ୍ଧ- ଭଦ୍ରକ, ଯାଜପୁର ଜିଲ୍ଲା ପାଇଁ ଏସସି, ମୟୂରଭଞ୍ଜ ଓ ମାଲକାନଗିରି ଜିଲ୍ଲା ପାଇଁ ଏସଟି, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଏସସି ରହିଛି ।