ଜିମ୍ନାଷ୍ଟିକ ଖେଳରେ ଅନିୟମିତତା

(ଜୟନ୍ତ କୁମାର ସେଠୀ / ଗୋପ) : ପୁରୀ ଜିଲ୍ଲା ଜିମ୍ନାଷ୍ଟିକ ଖେଳରେ ଅନିୟମିତତା । ଯାହାକୁ ନେଇ କ୍ରୀଡ଼ାବିତ ଅଭିଯୋଗ ଆଣି ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବୀପତ୍ର ଦେଇଛନ୍ତି।ଜାତୀୟ ଜୁନିୟର ଜିମ୍ନାଷ୍ଟିକ ଚମ୍ପିୟାନସିପ ପାଇଁ ଗତ ୭ ତାରିଖରେ ଚୟନ କରାଯାଇଥିଲା।ଏ ନେଇ ଖେଳାଳୀ ୮ ତାରିଖରେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିବାକୁ ପାଇଥିଲେ।ପୁରୀ ଜିଲ୍ଲାରେ ବହୁ ସଂଖ୍ୟାରେ ଜିମ୍ନାଷ୍ଟିକ କ୍ରୀଡ଼ାବିତ ଥିଲେ ମଧ୍ୟ କାହାରିକୁ ଅବଗତ କରାନଯାଇ ସମ୍ପାଦକ ଦୁଇ ଜଣ ବାଳକ ଓ ଜଣେ ବାଳିକାଙ୍କ ପଠାଇଦେଇଛନ୍ତି।ଚୟନ ପ୍ରକ୍ରିୟାରେ ଜାଲିଆତି କରି କୃତି କ୍ରୀଡ଼ାବିତଙ୍କୁ ବାଦ ଦେଇ ନିଜ ଇଚ୍ଛାରେ ପିଲାମାନଙ୍କୁ ବାଛିଥିବାରୁ ଏହାର ତଦନ୍ତ କରି ଖେଳାଳୀଙ୍କୁ ନ୍ୟାୟ ଦିଆଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ପାଇଁ ଦାବୀ ହୋଇଛି।