ଜାତୀୟ ରାଜପଥକୁ ଅବରୋଧ କଲେ ଚାଷୀ

( ଭଦ୍ରକ / ସେଖ ଫାଇଜାନ କାଦରୀ ) : ‘ଗଣତନ୍ତ୍ର ବଞ୍ଚାଅ- ଚାଷୀ ବଞ୍ଚାଅ’ ଆହ୍ୱାନରେ ନବ ନିର୍ମାଣ କୃଷକ ସଂଗଠନ ସକାଳ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ । ବନ୍ଦ ଯୋଗୁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ କୃଷକ ସଂଗଠନ ସଦସ୍ୟମାନେ ରାସ୍ତା ଅବରୋଧ କରିଛନ୍ତି।

ସେହିପରି ବନ୍ଦର ପ୍ରଭାବ ଭଦ୍ରକ ଜିଲ୍ଲା ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ସକାଳୁ ୧୬ ନମ୍ବର ଜାତୀୟ ରାଜପଥ ନୂଆବସଷ୍ଟାଣ୍ଡ ଠାରେ ଅବରୋଧ କରିଛନ୍ତି । ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଶତାଧିକ ଭାରିଯାନ ଅଟକି ରହିଛି।